ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପ୍ରବାସ ଯୋଜନାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ଦୁଇଦିନିଆ ଗସ୍ତ

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପ୍ରବାସ ଯୋଜନାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ଦୁଇଦିନିଆ ଗସ୍ତରେ ଆଜି ଜାମ୍ମୁ ଓ କାଶ୍ମୀର ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସଞ୍ଜିତା ଡ଼ୋଗ୍ରାଙ୍କ ପ୍ରଥମ ଦିନରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ଇଞ୍ଜିନିୟରିଙ୍ଗ ସ୍କୁଲ ଛକ ସ୍ଥିତ ରାଜସ୍ୱ ବଙ୍ଗଳା (Revinue i.b) ଠାରେ ଜିଲ୍ଲା ମହିଳା ମୋର୍ଚ୍ଚା କାର୍ଯ୍ୟ ସମିତି ସହ ବସିଲେ । ଗଞ୍ଜାମ ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ରତ୍ନଗର୍ଭା ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା ମହିଳାମୋର୍ଚ୍ଚାର ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ମୋଦି ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା ତାହାସହ ରାଜ୍ୟ ସରକାରଙ୍କ ଶାସନରେ ଚାଲିଥିବା ମହିଳା ଉତ୍ପିଡ଼ନ,ନିର୍ଯ୍ୟାତନା,ହତ୍ୟା ଓ ଲୁଣ୍ଠନ ଭଳି ବିଷୟ ଉପରେ ଆଲୋଚନା କରି ଆଗାମୀ ଦିନରେ ମହିଳାମୋର୍ଚ୍ଚା ଏହା ଉପରେ ଯୋରଦାର ଆନ୍ଦୋଳନ କରି ଜନ ସଚେତନତା କରିବାକୁ ମହିଳାମୋର୍ଚ୍ଚା କାର୍ଯକର୍ତାଙ୍କୁ ଆହ୍ୱାନ କରିଥିଲେ । ଅପରାହ୍ନରେ ୩ ନଂ ୱାର୍ଡ଼ ସ୍ଥିତ କାଳୁପାତ୍ର ସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କର୍ପୋରେଟର ସବିତା ସାହୁଙ୍କ ନେତୢତ୍ୱରେ ବିଭିନ୍ନ ଏସ୍.ଏଚ୍.ଜି. ଗ୍ରୁପର ମହିଳା ମାନଙ୍କୁ ମିଶି କେନ୍ଦ୍ର ସରକାରଙ୍କ ଜେଏମ୍ (JEM) ପୋର୍ଟାଲ୍ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହିତ ଲୋକାଲ୍ ଫର୍ ଭୋକାଲ୍ ଉପରେ ଆଲୋକପାତ କରିଥିଲେ । ସେ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ମହିଳା ଉପରେ ଗୁରୁତ୍ୱ ଦେବା ସହିତ ପୋଷଣ ଅଭିଯାନ,ବେଟି ବଚାଓ ବେଟି ପଢାଓ,ସୁକନ୍ୟା ସମୃଦ୍ଧି ଯୋଜନା,ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭଳି ବିଭିନ୍ନ ଯୋଜନା ଆଜି ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରାଉଛି । ସଂଧ୍ୟା ବେଳେ ବିବେକାନନ୍ଦ ଯୋଗ କେନ୍ଦ୍ରକୁ ଯାଇ ଯୋଗ ଶିକ୍ଷାର୍ଥି ମାନଙ୍କ ସହ ଯୋଗଭ୍ୟାସ କରିବା ସହ ୩୭୦ ଧାରା ଉଠିବା ପରେ ଆଜିର ଜାମ୍ମୁ ଓ କାଶ୍ମୀର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସଂଧ୍ୟାରେ ଶ୍ରୀମତି ସଞ୍ଜିତା ଡ଼ୋଗ୍ରା ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢୀ ଠାକୁରାଣୀ ମନ୍ଦିର ଯାଇ ଦର୍ଶନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ପ୍ରଶାନ୍ତ କର,ପୂର୍ବତନ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଜୟନ୍ତୀ ପଢିୟାରୀ, ଜିଲ୍ଲା ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଜାନନ୍ଦ ବିଶ୍ୱାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ଜିଲ୍ଲା ଉପ ସଭାନେତ୍ରୀ ସଞ୍ଜୁକ୍ତା ରେଡ଼ୀ,ସର୍ମିଷ୍ଠା ପ୍ରଧାନ,ପ୍ରୋମଦିନୀ ରାଉଳ,ସବିତା ସାହୁ,ଜିଲ୍ଲା ସମ୍ପାଦିକା ମାନସୀ ସ୍ୱାଇଁ,ରଞ୍ଜିତା ବେହେରା, କାଜଲ ପାତ୍ର,ସୁରଜିତା ମହାନ୍ତି,ଜିଲ୍ଲା କୋଷାଧ୍ୟକ୍ଷ ପ୍ରେମଶିଳା ନନ୍ଦ,ପୂର୍ବତନ ଡ଼ୁରା ସରପଞ୍ଚ ମମତାମୟୀ ରଣା, ଜିଲ୍ଲା ମହିଳାମୋର୍ଚ୍ଚା ମିଡ଼ିଆ ପ୍ରଭାରୀ ସଂଘମିତ୍ରା ବେହେରା,ମାମି ଦାସ, ସବିତା ନାୟକ,ସଂଧ୍ୟାରାଣୀ ପାତ୍ର, ରତଣି ନାୟକ,ସଶ୍ମିତା ବିଶ୍ୱାଳ, ସନ୍ତୋଷିନୀ ସାହୁ,ବିଜେପି ଗଞ୍ଜାମ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର,ଡା.ସୁବାଷ ସାହୁ,ମହନ୍ତ ଚିନ୍ମୟାନନ୍ଦ ଦାସ, ବାଳକୃଷ୍ଣ ସାମନ୍ତରା,ସୁନିଲ କୁମାର ସାହୁ,ବାପି ପ୍ରଧାନଙ୍କ ସମେତ ବହୁ ଦଳୀୟ କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ