ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗୀତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗୀତା କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ବିଶିଷ୍ଟ ଅତିଥି ଭାବେ କାଉନସିଲର ପୁଷ୍ପାଞ୍ଜଳି ବସ୍ତିଆ, ସମ୍ମାନୀତ ଅତିଥି ଭାବେ ୟୁନିାନ ବ୍ୟାଙ୍କର ଡେପୁଟୀ ମ୍ୟାନେଜର ଜୁହି ଚାଓଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ୧୦୦,୨୦୦, ୪୦୦ମିଟର ଦୈାଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଜାଭେଲିନ ଥ୍ରୈା, ସଟପୁଟ ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ବରିଷ୍ଠ ଶିକ୍ଷକ ବୀରବର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଶର୍ମିଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଗରିକା ପ୍ରଧାନ, ପ୍ରିୟମ୍ବଦା ନାୟକ, ରିନୁ ପାଇଟାଲ୍,ସସ୍ମିତା ମହାନ୍ତି, ଭାଗ୍ୟଲକ୍ଷ୍ମୀ କର, ଶୁଭଲକ୍ଷ୍ମୀ ଦାଶ, ସୁପ୍ରଜ୍ଞା ଶାନ୍ତିମୟୀ, ଦିଗଦର୍ଶିନୀ ରାଉତ, ଶ୍ରୀନିବାସ ମିଶ୍ର, ଶ୍ରୀବାସ ତ୍ରିପାଠୀ, ତ୍ରିନାଥ ରାୟ, ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।