ଚନ୍ଦ୍ରଭାଗାରେ ୫ଟି ସଚିବ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବଦଳିବ ପର୍ଯ୍ୟଟନସ୍ଥଳୀ ରୂପରେଖ I ଗୋଆ ବିଚ ଭଳି ଚନ୍ଦ୍ରଭାଗା ବିଚ ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ରଖାଯାଇଛି I ପୁରୀ -କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଝଲସି ଉଠିବ I ଏନେଇ ଶନିବାର ସକାଳ ୬ଟାରେ ୫ଟି ସଚିବ ଭିକେ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ। ସଚିବଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ ଚନ୍ଦ୍ରଭାଗା ବୁଲି ଦେଖିଥିଲେ I କୋଣାର୍କକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି I କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ I ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ପ୍ରାୟ ଏକ କିମି ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ I ଜୟଦେବ ବାଟିକା ନିକଟରେ ବ୍ୟବସାୟୀଙ୍କୁ ଥଇଥାନ କରାଯିବ I ସେହିଭଳି ଯାନବାହାନ ପାର୍କିଂ ସ୍ଥଳ ନିର୍ମାଣ ହେବ I ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ,ଛତା, ଯାନବାହାନ ପାର୍କିଂ ଭେଣ୍ଡିଙ୍ଗ ଜୋନ, ସୁରକ୍ଷା ବ୍ୟବସ୍ତା,ଆଲୋକ ବ୍ୟବସ୍ତା ଆଦି ସୁବିଧା ଉପଲବ୍ଧ ହେବ I ବିଶେଷକରି ସନ୍ଧ୍ୟା ସମୟରେ ବେଳାଭୂମିରେ ପର୍ଯ୍ୟଟକମାନେ ଅଧିକ ସମୟ ବିତାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶେଖ ସଗିର, ଅତିରିକ୍ତ ତହସିଲଦାର ଶରତ ପରିଡା ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ