ରାହୁଲ ଯାଦଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ମୁକୁଟ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଗକୁ ସାଧାରଣ ନିର୍ବାଚନ ।ତେଣୁ ବିଜେଡି ତୃଣମୂଳ ସ୍ତରରୁ ସଂଗଠନକୁ ଗୁରୁତ୍ବ ଦେଉଛି ।ବିଶେଷତଃ ତୃତୀୟ ପିଢ଼ିର ଯୁବ ଓ ଛାତ୍ର ସଂଗଠନକୁ ପ୍ରାଧାନ୍ୟ ଦେଉଛି । ରାଜ୍ୟ ବିଜୁ ଯୁବ ଜନତା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ସହିତ ସମସ୍ତ ବ୍ଳକ, ମ୍ୟୁନିସିପାଲଟି ସଭାପତି ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ପ୍ରକାଶ ପାଇଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଭାବେ ବହଳଦା ଅଂଚଳର ଯୁବ ସମାଜସେବୀ ତଥା ଯୁବ ବିଜେଡ଼ିର ସଂଗଠକ ଶ୍ରୀ ରାହୁଲ ଯାଦବଙ୍କୁ ନୂତନ ଭାବେ ଦାୟିତ୍ଵ ଅର୍ପଣ କରାଯାଇଛି ।ସେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ସମାଜସେବୀ ଭାବେ ପରିଚିତ ।ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ।ଏହା ପୂର୍ବରୁ ସେ ଵହଳଦା ବ୍ଳକ ଯୁବ ବିଜେଡି ସଭାପତି ଭାବେ ନିଷ୍ଠାର ସହ ତୁଲାଇଛନ୍ତି ।ବିଶେଷତଃ ବହଳଦା ଅଂଚଳରେ ରକ୍ତଦାନ ସଂଗ୍ରହ ରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ । ଧାର୍ମିକ, ସାଂସ୍କୃତିକ, ସାମାଜିକ ,କ୍ରୀଡା ଅନୁଷ୍ଠାନ ସହ ସେ ଜଡିତ ।ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଦଳର ଦାୟିତ୍ଵକୁ ନିଷ୍ଠାର ସହ ତୁଲାଇବା ଏବଂ ଦଳ ପ୍ରତି ଆନୁଗତ୍ୟ ନେଇ ଦଳ ପକ୍ଷରୁ ତାଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଭାବେ ମନୋନୀତ କରାଯାଇଛି । ଏଥିପାଇଁ ସେ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାଶ, ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ, ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ,ରାଜ୍ଯସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ପୂର୍ବତନ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାରାଣ୍ଡି, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି,ମୋରଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ମୟୂରଭଞ୍ଜ (୨) ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମ, ମୟୂରଭଞ୍ଜ (୨) ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଅଭିଷେକ ପଟ୍ଟନାୟକ,ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ତନୁଜା ମହାନ୍ତ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସବୁ ବର୍ଗର ନେତୃବୃନ୍ଦ,କର୍ମି ଓ ଶୁଭେଛୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଦଳର ସଂଗଠନକୁ ସେ ସୁଦୃଢ କରିବା ସହ ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବ ତାହାକୁ ନିଷ୍ଠାର ସହ ତୁଲାଇବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।ପ୍ରଥମେ ଜନତାଙ୍କ ସେବା , କ୍ରୀଡାର ବିକାଶ ଓ ରକ୍ତଦାନ ସଂଗ୍ରହକୁ ପ୍ରାଥମିକତା ଦେବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ