ବହଳଦା ଲ୍ଯାମ୍ପରେ ଧାନମଣ୍ଡି ବିଡ଼ିଓ ଦ୍ବାରା ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଡିସେମ୍ବର ୨୦ ତାରିଖ ଦିନ ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଥମ ଥର ପାଇଁ ଧାନମଣ୍ଡି ଖୋଲିବା ନିର୍ଦେଶ ଅନୁସାରେ ଆଜି ଗୁରୁବାର ଦିନ ବହଳଦା ଲ୍ଯାମ୍ପରେ ଧାନମଣ୍ଡି ବିଡ଼ିଓ ଶୁଶ୍ରୀ ନୁପୂର ଚାନ୍ଦଗୋଟିଆଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ଏହି ଶୁଭାରମ୍ଭ ଅବସରରେ ସମ୍ମାନୀତ ଅତିଥି ଭାବେ ବହଳଦା ତହସିଲଦାର ଶ୍ରୀ ପରମାନନ୍ଦ ଖୁଣ୍ଟିଆ, ଏଆରସିଏସ ରାମଚନ୍ଦ୍ର ବିଶ୍ବାଳ,, ଵହଳଦା ଲ୍ଯାମ୍ପ ଅଧ୍ୟକ୍ଷ ଶ୍ରୀ ଗୋପୀନାଥ ହାଁସଦା,ଆରଏମସି ସଂପାଦକ ଶ୍ରୀ ହେମନ୍ତ ନାଏକ, ଆରଏମସି ଷ୍ଟାଫ୍ ଶ୍ରୀଦୀନେଶ ବେହେରା, ଲ୍ଯାମ୍ପ ମୁଖ୍ୟ ପରିଚାଳକ ସନ୍ତୋଷ ଵସା,ସନ୍ତୋଷୀ ଦାସ,ନନ୍ଦୁଲାଲ ଵେଶ୍ରା,କିଶନ ଦତ୍ତ,ଚାଷୀ କିଶୋର ମହାନ୍ତ, ଲକ୍ଷ୍ମଣ ମାଝୀ, ନିତ୍ୟାନନ୍ଦ ମହାନ୍ତ,ଭାଗବତ ହେମ୍ବ୍ରମ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।ପୂଜକ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ଅତିଥି ବିଡିଓ ସୁଶ୍ରୀ ନୁପୂର ଚାନ୍ଦଗୋଟିଆ ଅନ୍ନଦାତା ମାନଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଧାନ କ୍ରୟ ସରକାରଙ୍କ ନିୟମାବଳୀ ସୂଚାଇଥିଲେ । ଚାଷୀ ତାର ବହୁ କଷ୍ଟଲବ୍ଧ ଫସଲର ଉଚିତ ଦର ପାଉ ତାହା ସରକାର ଚାହାନ୍ତି ।ଚାଷୀଙ୍କ ପାଇଁ ସରକାରଙ୍କ ଦ୍ବାର ସବୁବେଳେ ଖୋଲା । ଏଫଏକ୍ଯୁ ଧାନ ସକାଳ ୮ ଠାରୁ ଅପରାହ୍ନ ୨ ଘଟିକା ମଧ୍ୟରେ ଧାନ ଆଣିବା ,ପଞ୍ଜିକୃତ ଚାଷୀ ମେସେଜ ଅନୁସାରେ ଅଫିସ ସହ ଯୋଗାଯୋଗ କରି ଧାନ ଆଣିବା,ପ୍ଳାଷ୍ଟିକ ଅଖା ପରିଵର୍ତ୍ତେ ଅଖାବଖା ବସ୍ତାରେ ଧାନ ଆଣିବା, ପରିଷ୍କାର,ପରିଛନ୍ନ ଓ ଶୁଖିଲା ଧାନ ଆଣିବା ଉପରେ ଗୁରୁତ୍ବ ଦେଇଥିଲେ ।ଚାଷୀ ଅସୁବିଧା ଅନୁଭବ କଲେ ସେମାନଙ୍କୁ ବିଡ଼ିଓ, ତହସିଲଦାର,ଯୋଗାଣ ବିଭାଗ ଅଧିକାରୀ ଏସିଆରସିଏସ,ଲ୍ଯାମ୍ପ କର୍ମଚାରୀମାନେ ପୁର୍ଣ ସହଯୋଗ କରିବେ ବୋଲି କହିଥିଲେ ।ଲ୍ଯାମ୍ପ ପକ୍ଷରୁ ଟୋକନ ଓ ପରିମାଣ ସୂଚନା ଦିଆଯିବ । ଵହଳଦା ଲ୍ଯାମ୍ପରେ ୨୦୪୦ଜଣ ପଂଜିକୃତ ଚାଷୀଙ୍କ ଧାନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କିଣାଯିବ । ତେଣୁ ଚାଷୀ ପ୍ରସ୍ତୁତ ହୋଇ ଆସିଲେ ଅସୁବିଧା ହେବ ନାହିଁ ବୋଲି କହିଥିଲେ ।ବିଳମ୍ବରେ ଧାନ ମଣ୍ଡି ଖୋଲା ହେଲେ ମଧ୍ୟ ସରକାର ଧାନମଣ୍ଡି ଖୋଲିଥିବାରୁ ଚାଷୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଧାନମଣ୍ଡି ଉଦଘାଟନ ଅବସରରେ ଯୋଗ ଦେଇଥିବା ସମସ୍ତ ସରକାରୀ କର୍ମଚାରୀ ଏବଂ ଚାଷୀଙ୍କୁ ଲ୍ଯାମ୍ପର ଏମଡି ସନ୍ତୋଷ ବସା କୃତଜ୍ଞତା ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ