ମୁକ୍ତି ମସାଲ ଯୁବ ପରିଷଦ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍.ଏ.ସି. କଳା ବିନୋଦ କେନ୍ଦ୍ର ଠାରେ ମୁକ୍ତି ମସାଲ ଯୁବ ପରିଷଦ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଡିସେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନ ପକ୍ଷରୁ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଳା ବିନୋଦ କେନ୍ଦ୍ର ସଭା ଗୃହକୁ ପାଛୋଟି ନେଇ ସମର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ରେ ପୋଲସରା ଏନ୍.ଏ.ସି. ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ନଗର ବିଜେଡି ସଭାନେତ୍ରୀ କନକ ରାଉତ, ଜକର ସରପଞ୍ଚ ଦୀପିକା ବାରିକ, ବ୍ଳକ ଉପାଧ୍ୟକ୍ଷ କାହ୍ନଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, କାଉନସିଲର ସୁକାନ୍ତୀ ସାହୁ, ମୁକ୍ତି ମସାଲ ଯୁବ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ଓ ସମ୍ପାଦକ ଶରତ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନର ସଦସ୍ୟ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ