ବ୍ରହ୍ମପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇ ନିଖୋଜ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା, ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିରିକିପଡା ଗ୍ରାମର ୫୭ ବର୍ଷ ବୟସ୍କ ସୁବାଷ ନାହାକ ବୟସ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇ ନିଖୋଜ ହୋଇଥିବା ଜଣାପଡିଛି। ସୁବାଷ ଗତ ୧୫ ତାରିଖ ଦିନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ନିଜର ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଚିକିତ୍ସା ନିମନ୍ତେ ନିଜ ସ୍ତ୍ରୀ ନୟନା ନାହାକଙ୍କ ସାଥିରେ ଯାଇଥିଲେ। ନୟନା ବହିଃ ବିଭାଗ ଟିକେଟ କାଉଣ୍ଟରରେ ଟିକେଟ କାଟିବା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ସେଠାରୁ ସୁବାଷ କେଉଁ ଆଡେ ଚାଲିଯାଇଥିଲେ। ସ୍ତ୍ରୀ ନୟନା ବହୁ ଖୋଜାଖୋଜି କରିବା ପରେ ନିଜ ଗ୍ରାମ ଚିରିକିପଡାକୁ ଫେରି ଆସି ପୁଅ ବଳରାମକୁ ଜଣାଇଥିଲେ। ଏହାପରେ ଗ୍ରାମ ଲୋକଙ୍କ ସହାୟତାରେ ବଳରାମ ତିନି ଦିନ ଖୋଜାଖୋଜି କରିବା ପରେ ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥ ପୁର ଥାନାରେ ବାପାଙ୍କ ନିଖୋଜ ଅଭିଯୋଗ ୧୮/୧୨/୨୨ ତାରିଖରେ ଦେଇଥିଲେ। ଏହା ସହିତ ଗତକାଲି ସନ୍ଧ୍ୟା ସମୟରେ ବୁଗୁଡା ଥାନାକୁ ଯାଇ ବାପାଙ୍କ ନିଖୋଜ ବିଷୟରେ ପୁଅ ବଳରାମ ଅଭିଯୋଗ କରିଥିଲେ। ସୁବାଷ ନାହାକ ଯିବା ସମୟରେ ହଳଦିଆ ରଙ୍ଗର ସାର୍ଟ, କଳା ରଙ୍ଗର ପ୍ଯାଣ୍ଟ ପିନ୍ଧି ଥିବା ସହିତ ଗୋଲାପୀ ରଙ୍ଗର ଏକ ଛକ ଥିବା ଶୀତ ସାଲ ଘୋଡି ହୋଇଥିବା ଯାଇଥିଲେ। ତାଙ୍କ ଦେହର ରଙ୍ଗ ଶ୍ଯାମଳ ଅଟେ। କୌଣସି ବ୍ଯକ୍ତି ତାଙ୍କର ବାପାଙ୍କ ସନ୍ଧାନ ପାଇଲେ ୭୦୩୯୯୩୬୭୭୯ ଫୋନ ନମ୍ବରକୁ ଫୋନ କରିବା କିମ୍ବା ବ୍ରହ୍ମପୁର ବୈଦ୍ୟନାଥ ପୁର ପୋଲିସ ଥାନା କିମ୍ବା ବୁଗୁଡା ପୋଲିସ ଥାନାକୁ ଜଣାଇବା ପାଇଁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ