ଆରମ୍ଭ ହେଲା ଡ଼ଲଫିନ ଗଣନା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବନଖଣ୍ଡ ପକ୍ଷରୁ ଚନ୍ଦ୍ରଭାଗା ଠାରୁ ଦେବୀନାସି ପର୍ଯ୍ୟନ୍ତ ରେଞ୍ଜର ବିଚିତ୍ରା ନନ୍ଦ ବେହେରାଙ୍କ ତତ୍ୱାବଧାନ ରେ ୬ଟି ଟିମ ଦ୍ଵାରା ଡ଼ଲଫିନ ଗଣନା ବୁଧବାର ସକାଳୁ ଆରମ୍ଭ ହୋଇଯାଇଛି ଏହି ଗଣନା କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି। ଏହି ଟିମ ମଧ୍ୟରୁ ରେଞ୍ଜର ବିଚିତ୍ରନନ୍ଦ ବେହେରାଙ୍କ ନତୃତ୍ବରେ ଏକ ଟିମ ଦେବୀ ନଦୀ ରୁ କାଦୁଆ ନଦୀ ପର୍ଯ୍ୟନ୍ତ ପେଟ୍ରୋଲିଂଗ କରୁଥିବା ବେଳେ ଫରେଷ୍ଟର ବିରଜା ପ୍ରସାଦ ମହାପାତ୍ର ଙ୍କ ଟିମ ଦେବୀ ନାସି ରୁ ଚନ୍ଦ୍ରଭାଗା, ଫରେଷ୍ଟର ସଂଜୟ କୁମାର ମଲ୍ଲିକ ଙ୍କ ଟିମ ଦେବୀ ନାସିରୁ ଗଙ୍ଗଦେବୀ, ଫରେଷ୍ଟର ସବୀର ସାହୁଙ୍କ ଟିମ ଗଙ୍ଗାଦେବୀ ଠାରୁ ଜାହାନିଆ, ଫରେଷ୍ଟର ସ୍ବପନେଶ୍ବର ଜାଲ ଙ୍କ ଟିମ ଜାହାନିଆ ଠାରୁ ବେଲେଶ୍ୱର ଏବଂଫରେଷ୍ଟର ରବୀନ୍ଦ୍ର କୁମାର ସ୍ୱାଇଁ ଙ୍କ ଟିମ ଚନ୍ଦ୍ରଭାଗା ଠାରୁ ଅର୍କକୁଦ ପର୍ଯ୍ୟନ୍ତ ଗଣନା କରୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।