କାକଟପୁର ମା ମଙ୍ଗଳା ମନ୍ଦିର ପରିଦର୍ଶନ କଲେ ଫାଇବ ଟି ସଚିବ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସକାଳୁ ଫାଇବ ଟି ସଚିବ ଭି.କେ.ପଣ୍ଡିଆନ ପୁରୀ ଜିଲ୍ଲା କାକଟପୁର ର ପ୍ରସିଦ୍ଧ ମା ମଙ୍ଗଳା ଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ମା ମଙ୍ଗଳା ଙ୍କୁ ଦର୍ଶନ କରିବାପରେ ସେ ମନ୍ଦିର ପରିସର ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ମା ଙ୍କ ସେବକ ସମିତି, ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ସହିତ ମନ୍ଦିର ର ଉନ୍ନୟନମୂଳକ କାର୍ଯ୍ଯ ସଂପର୍କ ରେ ସବିଶେଷ ଆଲୋଚନା କରିଥିଲେ। ମା ମଙ୍ଗଳା ଙ୍କ ମନ୍ଦିର ର ଚତୁର୍ପାଶ୍ଵ ରେ କି କି ଉନ୍ନୟନମୂଳକ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇ ପାରିଲେ ଏଠାକୁ ଆସୁଥିବା ମାତୃଭକ୍ତ ମାନେ ଉପକୃତ ହୋଇପାରିବେ ସେ ସଂପର୍କ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଏକ ମ୍ୟାପ କୁ ଶ୍ରୀ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ। ଶ୍ରୀ ପାଣ୍ଡିଆନଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଉପ ଜିଲ୍ଲାପାଳ ଭବତା ଚରଣ ସାହୁ, କ୍ରୀଡା, ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ସରପଂଚ ଅଭୟ ସେଠୀ, ମା ଙ୍କ ସେବକ ତୁଷାର ରଞ୍ଜନ ଦିକ୍ଷୀତ ପ୍ରମୁଖ ସ୍ବାଗତ ଜଣାଇ ମଙ୍ଗଳା ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଭୁବନେଶ୍ଵର ଯିବା ପରେ ମଙ୍ଗଳା ମନ୍ଦିର ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଫାଇବ ଟି ସଚିବ ଶ୍ରୀ ପାଣ୍ଡିଆନ କେତେ ଟଙ୍କା ବ୍ୟୟ ବରାଦ କରାଯିବ ଘୋଷଣା କରିବେ ବୋଲି କୁହାଯାଉଛି। ତେବେ ମା ମଙ୍ଗଳା ଙ୍କ ମନ୍ଦିର ର ଉନ୍ନତି କରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ୫କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି


