ରାଜ୍ୟସ୍ତରୀୟ ମଙ୍ଗଳା କପ୍ ଉଦଘାଟିତ ରାମେଶ୍ବର ସ୍ପୋଟିଂ ବିଜୟୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ମିନି ଷ୍ଟାଡିୟମ ଠାରେ ଆଜି ୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ୍ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆଜି ପ୍ରଥମ ମ୍ୟାଚ ଭୁବନେଶ୍ୱର ର ରାମେଶ୍ବର ସ୍ପୋଟିଂ ଓ ପୁରୀ ର ପାଓନିୟର ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରାମେଶ୍ବର ସ୍ପୋଟିଂ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୫ଓଭର ରେ ଦଳ ୬ୱିକେଟ ହରାଇ ସଂଗ୍ରହ କରିଥିଲା ୨୩୧ ରନ। ଦଳ ପକ୍ଷରୁ ନରେନ୍ଦ୍ର ଦାଶ ୪୫(୨୪), ସମ୍ବିତ ବରାଳ ୪୪(୨୫) ରନ କରିଥିବା ବେଳେ ପାଓନିୟର ସ୍ପୋଟିଂ ର ବୋଲର ମହେଶ ପ୍ରଧାନ ୩୮ ରନ ଦେଇ ୨ ଟି ୱିକେଟ ଓ ପବିତ୍ର ବିଶୋଇ ୫୫ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ଏହାର ଜବାବ ରେ ପାଓନିୟର ସ୍ପୋଟିଂ ବ୍ୟାଟିଂ କରି ୧୯.୫ ଓଭର ରେ ୧୨୩ ରନ କରି ଅଲ ଆଉଟ୍ ହୋଇ ଯାଇଥିଲା। ଦଳ ପକ୍ଷରୁ ଦିବ୍ୟଜ୍ୟୋତି ରଥ ୪୧(୩୨) ଓ ଶକ୍ତି ସ୍ୱରୂପ ଦାସ ୧୫(୧୫) ରନ କରିଥିଲେ। ରାମେଶ୍ବର ର ବୋଲର ସମ୍ବିତ ବରାଳ ୨୧ ରନ ଦେଇ ୪ ୱିକେଟ ନେଇଥିବା ବେଳେ ପ୍ରତିକ୍ଷା ସ୍ଵାଇଁ ଓ ଶୁଭ୍ରକାନ୍ତ ପରିଡ଼ା ଉଭୟ ୨ ଟି ଲେଖାଁଏ ୱିକେଟ ନେଇଥିଲେ। ଅଲରାଉଣ୍ଡର ସମ୍ବିତ ବରାଳ ଙ୍କ ଭଲ ପ୍ରଦର୍ଶନ କାରଣରୁ ରାମେଶ୍ବର ସ୍ପୋଟିଂ ୪ ୱିକେଟ ରେ ବିଜୟ ଲାଭ କରିଥିଲା । ଆୟୋଜକ ମଙ୍ଗଳା କ୍ଲବ୍ ର ଉପଦେଷ୍ଟା ଇଂ.ସୂର୍ଯ୍ୟକାନ୍ତ ଦିକ୍ଷୀତ ସମ୍ବିତ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ଡାକ୍ତର ଆଶିଷ ମହାପାତ୍ର, ଶିକ୍ଷାବିତ ଚିତ୍ତ ରଂଜନ ପରିଡ଼ା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ୩୩ତମ ମଙ୍ଗଳା କପ୍ କ୍ରିକେଟ୍ କୁ ଉଦଘାଟନ କରିଥିଲେ।