ରା.ଉଦୟଗିରି ବାଦପୁରରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ୍ ବାଦପୁର ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜେମ୍ସ ହସ୍ପିଟାଲ ଏବଂ ଗିଫ୍ଟ ସୋସାଇଟି୍ ର‌ ନିର୍ଦ୍ଦେଶକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନଙ୍କ ମିଳିତ ଉଦ୍ୟମରେ ପାଖାପାଖି ୨୦୦ ଜଣ ଗରିବ ଲୋକମାନଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପ୍ରଦାନ କରାଯାଇଥିଲା। ଏହି ଶୀତ ମାସରେ ଅନେକ ଗରିବ ରୋଗୀମାନେ ସ୍ବାସ୍ଥ୍ୟ ଚିକିତ୍ସା ନ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି କେତେକ ଗରିବ ରୋଗି ମୃତ୍ୟ ବରଣ କରିଛନ୍ତି। ସମସ୍ତ ଗରିବ ଲୋକମାନଙ୍କୁ ମାଗଣା ରେ ଉନ୍ନତ ମାନର ଚିକିତ୍ସା ପ୍ରଦାନ କରିବା ଏବଂ ମୁକ୍ତ ଔଷଧ ପ୍ରଦାନ କରିବା ହେଉଛି ଜେମ୍ସ ହସ୍ପିଟାଲ ଏବଂ ଗିଫ୍ଟ ସୋସାଇଟି୍ ର‌ ମୁଖ୍ୟ ଉଦ୍ଦେଶ୍ୟ। ଗିଫ୍ଟ ମିଶନ ଏପରି ଅନେକ କାର୍ଯ୍ୟକ୍ରମ କରିଆସୁଥିଲା ବେଳେ ଏଥର ଜେମ୍ସ ହସପିଟାଲର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଜେମ୍ସ ହସ୍ପିଟାଲର ମ୍ୟାନେଜର ପି. ଅନୀଲ, ବିଜୁ ସ୍ବାସ୍ଥ୍ୟ କାର୍ଡ ଧାରୀଙ୍କୁ ଏହି ଶ୍ରୀକାକୁଲମ ସ୍ଥିତ ଜେମ୍ସ ହସ୍ପିଟାଲ ରେ ସମସ୍ତ ରୋଗର ମାଗଣା ଚିକିତ୍ସା ରହିଥିବାରୁ ଏହାର ସୁଯୋଗ ନେବାଲାଗି କହିଥିଲେ। ଏପରି ସୁଯୋଗଥିବା ଜାଣି ଜନସାଧାରଣ ଜେମ୍ସ ହସ୍ପିଟାଲ ରେ କର୍ଯ୍ୟକାରିମନଙ୍କୁ କୃତଜ୍ଞତା ଜଣେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜେମ୍ସ ହସ୍ପିଟାଲ ର‌ ଡଃ. ଚୈତନ୍ୟା, ଏରିଆ ମ୍ୟାନେଜର ପି.ଅନିଲ, ଆପଲ୍ ନାଇଡୁ, କେ. ଦୀପା, ନାରାୟଣ ରାଓ, ସାଜଁନ କାଉଁରି, ପଦ୍ମାବତୀ ଓ ସ୍ଥାନୀୟ ପାଳକ ବିକାସ କର ଉପସ୍ଥିତି ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ