ସୁନାଇଲୋ ଦୁର୍ଗା ମନ୍ଦିରରୁ ଚୋରି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସୁନାଇଲୋ ଗ୍ରାମରେ ଥିବା ମା’ଦୂର୍ଗାଙ୍କ ମନ୍ଦିରରୁ କାଲି ବିଳମ୍ବିତ ରାତିରେ ଗ୍ରୀଲ୍ ଭାଙ୍ଗି ମା’ଙ୍କର ପ୍ରାୟ ୮ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ଏଥିସହିତ ମା’ଙ୍କ ହୁଣ୍ଡିବାକରେ ଥିବା ଲକ୍ଷାଧିକ ଟଙ୍କାକୁ ଚୋରି କରି ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହା ବ୍ୟତିତ ମା’ଙ୍କ ମୁଣ୍ଡରେ ଲାଗିଥିବା ପ୍ରାୟ ୨୦ଗ୍ରାମ ଓଜନର ସୁନା ଗହଣା ସହିତ ୧୫୦ ଗ୍ରାମର ରୁପାକୁ ମଧ୍ୟ ଚୋରମାନେ ନେଇଯାଇଛନ୍ତି । ଅଭିଯୋଗ ପାଇବାପରେ ଟାଉନଥାନା ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଭାରପ୍ରାପ୍ତ ଅଧିକାରୀ ତପନ କୁମାର ନାୟକ ଏସ.ଡି.ପି.ଓ.ଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଜାରି ରଖିଥିବା କହିଛନ୍ତି । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ମନ୍ଦିରର ପ୍ରାୟ ଏକଶହ ମିଟର ଦୂରରେ ଥିବା ଜଙ୍ଗଲରେ ଭଙ୍ଗାଯାଇ ପଡିଥିବା ଦାନବାକ୍ସକୁ ଜବତ କରିଥିବା ପୋଲିସ କହିଛି ।


