ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମା’ ବାରଙ୍ଗେଇ ମନ୍ଦିର ପରିସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତ ଲାଲ ବାହାଦୂର ଉଚ୍ଚ ଶିକ୍ଷାଶ୍ରମ, ମେହେନ୍ଦିପୁରର ୧୯୮୮ମସିହା ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ପରିଡାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଯୋଗଦେଇଥିବା ୩୫ଜଣ ପ୍ରାକ୍ତନ ଛାତ୍ରଛାତ୍ରୀ ସ୍କୁଲ ଜୀବନର ସେହି ଅତୀତ ସ୍ମୃତିକୁ ରୋମନ୍ଥନ କରିଥିଲେ । ପୁରାତନ ଛାତ୍ର ଦିଲ୍ଲିପ ରାଉତ, ହିମାଂଶୁ ଭୂଷଣ ରାଉତ, ତାପସ ବାରିକ, ଶିବ ପ୍ରସାଦ ଦାସ, ସୁଧିର ଦାସ, ବିଭୁତି ଭୂଷଣ ଦାସ, ବିଶ୍ୱଜିତ ସାମଲ, ଦମୟନ୍ତୀ ବିଶ୍ୱାଳ, ସଂଯୁକ୍ତା ମହାପାତ୍ର, ସ୍ୱର୍ଣ୍ଣଲତା ବେହେରା, ସୁକାନ୍ତି ମହାନ୍ତି, ସୁପ୍ରଭା ଜେନା, ମାନସ ସାହୁ, ରବିନ୍ଦ୍ର ତ୍ରିପାଠୀ, ରେବତୀ ପଣ୍ଡା, କଲ୍ୟାଣୀ ଭୋଳ, ସଞ୍ଜୁକ୍ତା ବିହାରୀ, ସବିତା ମହାନ୍ତି, ତପନ ଦାସ, ଲକ୍ଷ୍ମୀପ୍ରିୟା ବାରିକ, ମମତା ମଲ୍ଲ, ମିନତୀ ମହାରଣା ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ