୧୩୮ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନରେ ୧୩୮ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଓ ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକରେ ହାତରେ ହାତ ମିଳାଅ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଭବନ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପତକା ଉତ୍ତୋଳନ କରିଥିଲେ । ପରେ ପରେ କଂଗ୍ରେସ ଭବନ ସଭା ଗୃହରେ ସଭାପତି ଶ୍ରୀ ମହାନ୍ତିଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜିର ଦିବସର ତାତ୍ପର୍ଯ୍ୟ, କଂଗ୍ରେସ ଗଠନର ମୂଳମନ୍ତ୍ର ତଥା ଅକ୍ଟାଭିଆନ ହ୍ୟୁମଙ୍କ ଦ୍ୱାରା ସ୍ଥାପିତ ୧୮୮୫ ମସିହାର ଆଜିର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ବୋଲି ସଭାପତି ନିଜର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉପସ୍ଥିତ କର୍ମୀ ଓ ନେତୃତ୍ୱ ମଣ୍ଡଳୀଙ୍କୁ ଜନ ସାଧାରଣଙ୍କୁ ଦୁଃଖରେ ସୁଖରେ ଜଡିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବିଭ୍ରାଂଶୁ ଶେଖର ଲେଙ୍କା, ରତିକାନ୍ତ କାନୁନଗୋ, ମହମ୍ମଦ ଆକବର ଅଲ୍ଲୀ, ଧ୍ରୁବ ଚରଣ ଜେନା, ଧରଣୀଧର ସୁଆର, ଫକିର ଚରଣ ଖଟୁଆ, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, ମହିଳା କଂଗ୍ରେସର ସନ୍ଧ୍ୟାରାଣୀ ରାଉତ, ନମିତା ଦାସ, ବ୍ଲକ ଓ ନଗର କଂଗ୍ରେସ ସଭାପତି ମଳୟ ଦାସ, ଅମୁଲ୍ୟ ପ୍ରଧାନ, ଚିତ୍ରସେନ ପରିଡା, ବିଜୟ ପଣ୍ଡା, ଜ୍ୟୋତିରଞ୍ଜନ ପରିଡା, ରମେଶ ତ୍ରିପାଠୀ, ଅନନ୍ତ ସେଠୀ, ରାକେଶ ମହାନ୍ତି, ନିରଞ୍ଜନ ରାଉତ, କମଳାକାନ୍ତ ବେହେରା, ଆଶିଷ ମେକାପ, ସର୍ବେଶ୍ୱର ସେଠୀ, ରମାକାନ୍ତ ଦାଶ, ନିରାକାର ଜେନା, ସୁଜୟ କୁମାର ଦାସ, ମୁକ୍ତାର ଖାଁ, ମଲୟ ଓଝା, ଦୟାନିଧି ଜେନା, ଗୋପିନାଥ ବାରିକ, ରାଜମୋହନ ସ୍ୱାଇଁ, ପ୍ରଭାସ ଚନ୍ଦ୍ର ଦାସ, ଦେବାଶିଷ ମହାନ୍ତି, ଭାବଗ୍ରାହୀ ଦାସ, ହିମାଂଶୁ ଶେଖର ଦାସ, ପିତାମ୍ବର ଜେନା, କିଶୋର ଚନ୍ଦ୍ର ଜେନା, ସୁରେଶ ଚନ୍ଦ୍ର ପ୍ରଧାନ, ହେମନ୍ତ ସାମଲ, ଅଶୋକ ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା କଂଗ୍ରେସର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ସଭାର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭରେ କହିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


