ଟ୍ରମ୍ପ୍ ଙ୍କ ଅଚାନକ ଆଫଗାନିସ୍ତାନ ଗସ୍ତ

ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଚାନକ ଆଫଗାନିସ୍ତାନ ଗସ୍ତ କରିଥିଲେ । ଟ୍ରମ୍ପ୍ ଶୁକ୍ରବାର ସନ୍ଧ୍ୟାରେ ବାଗରମ୍ ଏୟାର ଫିଲଡରେ ପହଞ୍ଚିଥିଲେ ଏବଂ ସେଠାରେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ସମୟ ଅତିବାହିତ କରିଥିଲେ । ଆମେରିକା ସୁରକ୍ଷାବାହିନୀ ଅଧିକାରୀଙ୍କ ସହ ଆଲୋଚନା କରି ଟ୍ରମ୍ପ୍ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହିତ ଟ୍ରମ୍ପ୍ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ୍ ଘନିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଭାବେ ଟ୍ରମ୍ପ୍ ଙ୍କ   ଆଫଗାନିସ୍ତାନକୁ ଏହା ପ୍ରଥମ ଗସ୍ତ । ଗଣମାଧ୍ୟମକୁ ଟ୍ରମ୍ପ୍ କହିଛନ୍ତି ଯେ ତାଲିବାନ୍ ସହ ଶାନ୍ତି କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ସଂଖ୍ୟା ହ୍ରାସ କରାଯିବ । ଆଫଗାନିସ୍ତାନକୁ ଗସ୍ତ ସମୟରେ ଟ୍ରମ୍ପ୍ ଆମେରିକା ସୁରକ୍ଷାକର୍ମୀଙ୍କ ସହ ଫଟୋ ଉଠାଇଥିଲେ । ତାଲିବାନ ଅସ୍ତ୍ରବିରତି ଚୁକ୍ତି ପାଇଁ ସହମତି ପ୍ରକାଶ କରିବା ଏକ ବଡ଼ ଘଟଣା ବୋଲି ଟ୍ରମ୍ପ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ