ଓଡ଼ିଶାରେ ବୟସ ତୁଳନାରେ ପିଲାଙ୍କ ଉଚ୍ଚତା କମ୍, କୁପୋଷଣରେ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବ ଓଡ଼ିଶା

ନୂଆଦିଲ୍ଲୀ : ବୟସ ଅନୁପାତରେ ଓଡ଼ିଶାରେ ପିଲାମାନଙ୍କ ଉଚ୍ଚତା କମ୍ । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏବଂ କମ୍ପ୍ରେନସିଭ୍ ନ୍ୟାସନାଲ ନ୍ୟୁଟ୍ରିସନ ସର୍ଭେ (ସିଏନ୍ଏନ୍ଏସ୍) ଦ୍ୱାରା କରାଯାଇଥିବା ସର୍ଭେରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜ୍ୟରେ ବୟସ ଅନୁସାରେ ପିଲାଙ୍କ ଉଚ୍ଚତା କମ୍ ହେଉଥିବା କ୍ଷେତ୍ରରେ ୮ ପ୍ରତିଶତ ପିଲା ରହିଛନ୍ତି । ସର୍ବଭାରତୀୟ ସ୍ତରରେ ଏହା ହେଉଛି ୧୩.୨ ପ୍ରତିଶତ ରହିଛି । ଦେଶର ୧୧ ଲକ୍ଷ ୨୦ ହଜାର ପିଲାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ଗବେଷଣାରେ ୟୁନିସେଫ୍ ପପୁଲେସନ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସହାୟତା ମଧ୍ୟ ନିଆଯାଇଥିଲା । ଗବେଷଣାରେ ୩ ବର୍ଗର ପିଲା- ୦-୫ ବର୍ଷ, ୫-୧୦ ବର୍ଷ ଏବଂ ୧୦-୧୯ ବର୍ଷର ପିଲା ସାମିଲ ଥିଲେ । ସର୍ଭେରେ ଉଚ୍ଚତା ବୃଦ୍ଧି ହେଉଥିଲେ ସୁଦ୍ଧା ଓଜନ ବୃଦ୍ଧି ନଥିବା ବର୍ଗରେ ଓଡ଼ିଶା ୧୩.୯ ପ୍ରତିଶତ ରହିଛି । ସର୍ବଭାରତୀୟ ସ୍ତରରେ ୧୭.୩ ପ୍ରତିଶତ ରହିଛି । । ରକ୍ତହୀନତାରେ କିଶୋରୀଙ୍କ ପ୍ରତିଶତରେ ଓଡ଼ିଶା ଜାତୀୟ ହାରଠାରୁ ଅଧିକ ରହିଛି । କିଶୋରୀଙ୍କ ସଂଖ୍ୟା ଜାତୀୟ ସ୍ତରରେ ୩୯.୬ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହାର ପ୍ରତିଶତ ରହିଛି ୪୧.୦୫ । ୧-୪ ବର୍ଷ ବୟସ ସୀମା ମଧ୍ୟରେ ୩୬.୨ ପ୍ରତିଶତ ପୁଅ ରକ୍ତହୀନତାର ଶିକାର ହେଉଥିବା ବେଳେ ଝିଅମାନଙ୍କ ହାର ହେଉଛି ୩୮.୨ ପ୍ରତିଶତ । କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଜାତୀୟ ପୋଷଣ ମିସନ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଓଡ଼ିଶା ହାସଲ କରିବାରେ ବିଫଳ ହେବ ବୋଲି ରିପୋର୍ଟରେ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ମିସନ ପକ୍ଷରୁ ପ୍ରତି ୫ ବର୍ଷରେ ଏହି ଗବେଷଣା ହେଉଥିଲା । ପ୍ରଥମଥର ପାଇଁ ସିଏନ୍ଏନ୍ଏସ୍ ଦ୍ୱାରା ଏହି ଗବେଷଣାରେ ଅନେକ ଆହ୍ୱାନ ଓ ଗୁରୁତ୍ୱପୂର୍ଣ୍ଣ କଥା ରହିଛି । ଏବଂ ଏହାର ନିରାକରଣ ପାଇଁ ଖୁବ୍ ଶିଘ୍ର ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସିଏନଏନଏସର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁଜିତ ରଞ୍ଜନ କହିଛନ୍ତି ।
ଓଡ଼ିଶାର ତଥ୍ୟକୁ ନେଇ ଶୁକ୍ରବାର ସିଏନଏନଏସର ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିତ ଆଲୋଚନା କରିଥିଲେ । ଖୁବ୍ ଶିଘ୍ର ଏନେଇ ଏକ ପୂର୍ବୋଦୟ କୁପୋଷଣ ଯୋଜନା ଲାଗୁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବାର ସିଏନ୍ଏନ୍ଏସ୍ ଟିମ୍ ପକ୍ଷରୁ କୁହାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ