ନୂଆବର୍ଷରେ ସହାୟକର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ପକ୍ଷରୁ ନବର୍ଷର ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘଗୃହରେ ଅନୁଷ୍ଠିତ ହୋଇଯାଇଛି । ଡ. କ୍ଷିତୀଶ୍ୱର ଦାଶ ପୌରୋହିତ୍ୟ କରିବା ସହ ଭଗବତ ଗୀତା ଆବୃତ୍ତି କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସଅଧିକାରୀ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ଇଂରାଜୀ ନୂଆବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଡ. ମନ୍ମଥ ପ୍ରଧାନ, ଦିବାକର ମହାପାତ୍ର ଓ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଏଥିରେ ଭକ୍ତିସଙ୍ଗୀତ ଗାନ କରିଥିଲେ । ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ ଓ ଇଂ. ବନମାଳି ନାୟକ ‘ସହାୟକ’ ସଂଗଠନ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇ ‘ମାନବ ସେବା ହିଁ ମାଧବ ସେବା’ ବୋଲି ମତବ୍ୟକ୍ତ କରିଥିଲେ । କବି କାଳୀପଦ ପଣ୍ଡା, ଅକ୍ଷୟ କୁମାର ତ୍ରିପାଠୀ, ସୀତାରାମ ପ୍ରଧାନ, ସୁଜିତ୍ କୁମାର ଜେନା, ଜ୍ଞାନେନ୍ଦ୍ର ସାହୁ, ଶମ୍ଭୁନାଥ ମହାନ୍ତି, ଅରୁଣା ରାୟ ଓ ଶତ୍ରୁଘ୍ନ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ସହାୟକ ଭଳି ସଂଗଠନ ସମାଜସେବା କ୍ଷେତ୍ରରେ ଉଦାହରଣ ହୋଇପାରିଛି ବୋଲି କହିଥିଲେ । ରାଜେନ୍ଦ୍ର ରାଉତ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ତାରାକାନ୍ତ ନନ୍ଦ, ନିରଞ୍ଜନ ପଣ୍ଡା, ପ୍ରଫୁଲ୍ଲ କୁମାର ଦାସ, ବସନ୍ତ ନାୟକ, ଲକ୍ଷ୍ମୀପ୍ରିୟା ଜେନା, ସେକ୍ ଆଲ୍ଲାଉଦ୍ଦିନ୍, ସୁରେନ୍ଦ୍ର ନାୟକ, ଭବେଶ ଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁଦର୍ଶନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


