ବିଶ୍ୱକପ୍ ହକି ବିରୁଦ୍ଧରେ ବିଏମ୍ସିର ଶହ ଶହ ଦୋକାନୀ ଡ୍ରୋଜର ଆଗରେ ଶୋଇଲେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବଶ୍ୱକପ୍ ହକି ପାଇଁ ହଜାର ହଜାର ଉଠାଦକୋନୀ ବାସହରା ହୋଇଥିବା ବେଳେ ସୋମବାର ବିଏମ୍ସିର ଅଧିକାରୀମାନେ ଶିଖରଚଣ୍ଡୀ ବଜାର ନିକଟରେ ଥିବା ଉଚ୍ଛେଦ ଦୋକାନୀମାନଙ୍କୁ ସେମାନଙ୍କ ଦୋକାନକୁ ଦ୍ୱିତୀୟଥର ଭାଙ୍ଗିବାକୁ ଆସିଥିବା ବେଳେ ସେଠାରେ ଶହ ଶହ ଦୋକାନୀ ଏକତ୍ରିତ ହୋଇ ଡ୍ରୋଜର ଆଗରେ ଶୋଇ ପ୍ରତିବାଦ କରିଥିଲେ । ଏଠାରେ ସୂଚନାଥାଉକି, ଗତ ଡିସେମ୍ବର ୩୦ ତାରିଖ ଦିନ ବିଏମ୍ସି, ବିଡ଼ିଏ ଓ ପୋଲିସ୍ଙ୍କ ଉପସ୍ଥିତିରେ ଉଠାଦୋକାନ ଉଚ୍ଛେଦ କରାଯିବ ନାହିଁ । ଯଦି କୌଣସି ଜାଗାରେ ଅତି ଜରୁରୀ ପଡ଼େ ତେବେ ମହାସଂଘର କର୍ମକର୍ତ୍ତାଙ୍କୁ ଡ଼ାକି ସେଠାରେ ଆଲୋଚନା ପରେ ଦୋକାନ ଉଚ୍ଛେଦ କରାଯିବ ବୋଲି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା । କିନ୍ତୁ ବିଏମ୍ସି, ବିଡ଼ିଏ ଏହି ଆଲୋଚନାକୁ ନ ମାନି ପୁନର୍ବାର ସୋମବାର ଦିନ ଉଚ୍ଛେଦକାରୀ ଦଳକୁ ପଠାଇଥିଲେ । ଯାହାଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ଜଣେ ଦୋକାନୀ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କୁ ଫୋନ୍ କରି ଜଣାଇବା ପରେ ଶ୍ରୀଯୁକ୍ତ ସାହୁ ଘଟଣାସ୍ଥଳରେ ପହଞ୍ôଚ ଦୋକାନୀମାନଙ୍କୁ ବୁଝାଶୁଝା କରିବା ପରେ ଦୋକାନୀମାନେ ପ୍ରତିବାଦରୁ ଓହରିଥିଲେ ଏବଂ ସେଠାରେ ଆଗରୁ ଉଚ୍ଛେଦ ହୋଇ ପଡ଼ିରହିଥିବା ଅଳିଆ ଆବର୍ଜନା ଗୁଡ଼ିକୁ ସଫା କରି ଆଉ କୌଣସି ଦୋକାନ ଉଚ୍ଛେଦ ନକରି ଫେରିଯିବା ପାଇଁ ଶ୍ରୀଯୁକ୍ତ ସାହୁ ବିଏମ୍ସି ଅଧିକାରୀଙ୍କୁ କହିଥିଲେ । ଶ୍ରୀଯୁକ୍ତ ସାହୁଙ୍କ କଥାକୁ ସମ୍ମାନ ଜଣାଇ ବିଏମ୍ସି ଅଧିକାରୀମାନେ ଆଉ ଦୋକାନ ଉଚ୍ଛେଦ ନକରି ଫେରିଯାଇଥିଲେ ।


