ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜି.ଆର.ରାଘବେନ୍ଦ୍ର ରେଡ୍ଡୀ ଙ୍କ ନୂଆପଡା ଜିଲ୍ଲା ଏସ.ପି.ଭାବେ ବଦଳି ହୋଇ ଯାଇଛି l ଏହି ଅବସରରେ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ବିଦାୟ କାଳୀନ ଉତ୍ସବ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ, ତୁମୁଡିବନ୍ଧ,ବେଲଘର, ବାଲିଗୁଡା, କ.ନୂଆଗାଁ, ଦାରିଙ୍ଗବାଡି ପ୍ରଭୁତି ଥାନା ଅଞ୍ଚଳ ର ଥାନା ଅଧିକାରୀ ତଥା ସମସ୍ତ ପୋଲିସ କର୍ମଚାରୀ, ବିଡ଼ିଓ, ତହସିଲଦାର, ଓ ଉଚ୍ଚ ପଦସ୍ଥ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏଇ କିଛି ଦିନ ରହିବା ମଧ୍ୟରେ ସେ ଅଞ୍ଚଳ ବାସୀଙ୍କୁ ନିଜର କରିପାରି ମନ ଜିଣି ପାରିଥିଲେ ବୋଲି ନିଜ ନିଜ ବକ୍ତବ୍ୟ ରେ କହିବା ସହ ଏସଡିପିଓ ଶ୍ରୀ ରେଡ୍ଡୀଙ୍କୁ ବିଦାୟ କାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l