ବଡଖେମୁଣ୍ଡି ରାଣୀ ଙ୍କ ପରଲୋକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବଡଖେମୁଣ୍ଡି ରାଣୀ ସାହେବା ତଥା ଯୁବରାଜ ସ୍ବର୍ଗତ ମାଣିକେଶ୍ବରୀ ପ୍ରସାଦ ଦେବଙ୍କ ଧର୍ମପତ୍ନୀ ପୂର୍ଣ୍ଣେଶ୍ବରୀ ଦେବୀ (୭୪)ଙ୍କ ଗୁରୁବାର ପରଲୋକ ହୋଇଯାଇଛି।ସେ ଗତ କିଛି ଦିନ ଧରି ଅସୁସ୍ଥ ରହିଥିଲେ।ବ୍ରହ୍ମପୁର ସ୍ଥିତ ବଡଖେମୁଣ୍ଡି ବଙ୍ଗଳା ବାସଭବନରେ ତାଙ୍କର ଦେହାନ୍ତ ହେବା ପରେ ମରଶରୀରକୁ ଦିଗପହଣ୍ଡି ସ୍ଥିତ ରାଜବାଟି କୁ ଅଣା ଯାଇଥିଲା।ସେଠାରେ ବହୁ ଗଣ୍ଯମାନ୍ଯ ବ୍ଯକ୍ତି ରାଣୀ ସାହେବାଙ୍କ ଶେଷ ଦର୍ଶନ କରି ଶବାଧାରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରେ ମରଶରୀରକୁ ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ନିକଟ ରାଜ ଶ୍ମଶାନକୁ ନିଆଯାଇ ସେଠାରେ ଅନ୍ତିମ ସତ୍କାର କରାଯାଇଥିଲା।ଜ୍ଯେଷ୍ଠପୁତ୍ର ଲକ୍ଷ୍ମୀ ନାରାୟଣ ଦେବ ମୁଖାଗ୍ନି ଦେଇଥିବା ବେଳେ ମଧ୍ଯମ ପୁତ୍ର ଧର୍ମ ପ୍ରତାପ ଦେବ ଏବଂ କନିଷ୍ଠ ପୁତ୍ର ଦେବବ୍ରତ ଦେବଙ୍କ ସମେତ ନିକ ସମ୍ପର୍କୀୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ।ରାଣୀ ସାହେବାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।


