ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ର ପ୍ରତିଷ୍ଠା ଦିବସ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ର ୧୮ତମ ପ୍ରତିଷ୍ଠା ଦିବସ ପରିଷଦ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ସଭାପତି ଲିଙ୍ଗରାଜ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନ ଓ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀଦେବୀଏବଂ ଗଞ୍ଜାମ ଏନ ଏ ସି ନିର୍ବାହୀଅଧିକାରୀ ଅବିନାଶ ମିଶ୍ର ଉଦଘାଟନ କରିଥିଲେ l ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର ବାର୍ଷିକୀ ବିବରଣୀ ପଠନ କରିଥିଲେ l ବରିଷ୍ଠ ନାଗରିକ ଆମ ପାଇଁ ପଥପ୍ରଦର୍ଶକ ବୋଲି ବିଡ଼ିଓ ଶ୍ରୀ ପ୍ରଧାନ କହିବା ସହ ସେମାନଙ୍କର ଉପଦେଶ ବିଭିର୍ଣ୍ଣ କ୍ଷେତ୍ର ରେ ବହୁତ କାର୍ଯ୍ୟକାରୀ ହେବ ବୋଲି ବିଡ଼ିଓ କହିଥିଲେ l ଏପରି ଏକ ଅନୁଷ୍ଠାନ କୁ ଆସି ମୁଁ ଗୌରବର୍ଣିତ ମନେ କରୁଛି ବୋଲି ବିଡ଼ିଓ ଶ୍ରୀ ପ୍ରଧାନ କହିଥିଲେ l ବରିଷ୍ଠନାଗରିକ ପରିଷଦ ମାନଙ୍କ ପାଇଁ ବିଭିର୍ଣ୍ଣ ସରକାରୀ ଯୋଜନା ସମ୍ପର୍କ ରେ ଆଲୋକପାତ କରିଥିଲେ ଜ଼ିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦେବୀ l ଅନୁଷ୍ଠାନ ପାଇଁ ତାଙ୍କର ସହଯୋଗ ଜାରି ରହିବ ବୋଲି ମତ ଦେଇଥିଲେ l ବରିଷ୍ଠ ନାଗରିକ ଙ୍କ ଉପଦେଶ ଆମ ଏନ ଏ ସି ପାଇଁ ବେଶ ଉପଯୋଗୀ l ଗଞ୍ଜାମ ବରିଷ୍ଠ ନାଗରିକ ବେଶ ଗତିଶୀଳ ବୋଲି ମତ ରଖିଥିଲେ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର l ଏନ ଏ ସି ପକ୍ଷରୁ ସହଯୋଗ ଜାରି ରହିବ ବୋଲି କହିଥିଲେ l ବରିଷ୍ଠ ସଦସ୍ୟ ବିଶ୍ଵନାଥ ଦାସ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ପ୍ରତିଷ୍ଠାତା ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଅତିଥି ମନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l


