ବରିଷ୍ଠ ସିପିଆଇ ନେତାଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ଠାରେ ବରିଷ୍ଠ କମ୍ୟୁନିଷ୍ଟ ନେତା ମଣିଭଦ୍ର ଜେନାଙ୍କ ଏକାଦଶାହକ୍ରିୟା ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କାରାମଙ୍ଗଳ ଅଧିକାରୀ ବାବାଜି ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ଦିବଂଗତ ସାଥୀ ସ୍ୱର୍ଗତ ଜେନାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଅମରଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଧାନପଡା ସରପଞ୍ଚଞ୍ଚ ଗଜେନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ଅଜୟ ବେହେରା, ନିରଂଜନ ନାୟକ, ସମାଜସେବୀ ଫାଲ୍ଗୁନି ରାଉତ, ଉଦୟନାଥ ବାରିକ, ରବିନ୍ଦ୍ର ଜେନା, ଦୁଲ୍ଲା ଖାଁ, ଫକୀରଉଦ୍ଦିନ୍ ଖାଁ, ବିଷ୍ଣୁ ଚରଣ ଜେନା, ଧନେଶ୍ୱର ଜେନା, କମଳାକାନ୍ତ ଜେନା, ଶଶୀକାନ୍ତ ଜେନା ଯୋଗ ଦେଇ ସ୍ୱର୍ଗତ ଜେନାଙ୍କର ତ୍ୟାଗ ଓ ସେବାମୂଳକ କାର୍ଯ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତରୁ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।


