୧୯୮୮ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାରିବାରିକ ବନ୍ଧୁ ମିଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଏକ ପାରିବାରିକ ବନ୍ଧୁ ମିଳନ ଉତ୍ସବ କାଳିଆମ୍ବା ଜଙ୍ଗଲର ଉଡ୍ ହାଉସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି I ସଭାପତି ସାଇକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ପରିବାର ଅଂଶଗ୍ରହଣ କରିଥିଲେ I ଉପସଭାପତି ରସ୍ମୀନ ପତି, ସମ୍ପାଦକ ଓମ୍ ନାରାୟଣ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଇହଲୀଳା ସମ୍ବରଣ କରିଥିବା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସ୍ମୃତିଚାରଣ କରାଯାଇଥିଲା I ଏହି ଅବସରରେ ଆଗାମୀ ଦିନରେ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରିବା ପାଇଁ ସ୍ଥିର କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ର ଦିଲ୍ଲୀପ ଶତପଥୀ,ରଜତ ସାହୁ, ରମାକାନ୍ତ ମିଶ୍ର, ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ I ବେଲଗୁଣ୍ଠା ଚନ୍ଦନ କୁମାର ସାହୁ ଚୁଡ଼ି, ସିନ୍ଦୁର ଭଳି ପ୍ରସାଧନ ସାମଗ୍ରୀ,ଗୋଲାପ ଫୁଲ, ଶିଶୁ ଉପହାର ବଣ୍ଟନ କରି ଏବଂ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ