ଘୁ.ନୂଆଁଗାଆଁ ବ୍ରିଜ୍ ନିକଟରେ ମୋଟରସାଇକେଲ୍ ଦୂର୍ଘଟଣା; ଦୁଇ ଯୁବକ ଆହତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଘୁ.ନୂଆଁଗାଆଁ ବ୍ରିଜ୍ ନିକଟରେ ଏକ ମୋଟରସାଇକେଲ୍ ଦୂର୍ଘଟଣାରେ ଦୁଇ ଯୁବକ ଆହତ ହୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଖବର ମିଳିଛି I ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କାଳିଆ ସାହୁ ଏବଂ ଦୀପକ ସାହୁ କୌଣସି କାମରେ ବେଲଗୁଣ୍ଠା ଯାଇ ଅପରାହ୍ଣ ଚାରି ଘଣ୍ଟା ତିରିଶ ମିନିଟ୍ ସମୟରେ ଏକ ମୋଟରସାଇକେଲ୍ ଯୋଗେ ଭଞ୍ଜନଗର ଫେରୁଥିଲେ I କାଳିଆ ମୋଟରସାଇକେଲ୍ ଚଳାଉଥିବା ବେଳେ ଦୀପକ ପଛରେ ବସିଥିଲା I ହଠାତ୍ ଉଭୟେ ମୋଟରସାଇକେଲ୍ ସହିତ ଭାରସାମ୍ୟ ହରାଇ ଘୁ.ନୂଆଁଗାଆଁ ବ୍ରିଜ୍ ପୂର୍ବରୁ ଏକ ଜମି ଭିତରକୁ ପଶିଯାଇଥିଲେ I ଫଳରେ କାଳିଆ ଗୁରୁତର ଆହତ ହେବା ସହିତ ଦୀପକ ସାମାନ୍ୟ ଆହତ ହୋଇଥିଲା I ଘଟଣା ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରୁ କାଳିଆର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I କାଳିଆର ମସ୍ତିଷ୍କରେ ଆଘାତ ଲାଗିଥିବା ସୁଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ