ଚାରିଛକ ମହିଳା କଲେଜ ର ବାର୍ଷିକ ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ଠାରେ ଥିବା ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ।କଲେଜ ଅଧ୍ୟକ୍ଷା ସ୍ଵର୍ଣ୍ଣ ରଶ୍ମି ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ,ମୁଖ୍ୟବକ୍ତା ଭାବେ ପ୍ରଫେସର ନିରଞ୍ଜନ ପାଢ଼ୀ ,ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ଡଃ ସନ୍ତୋଷ ମିତ୍ର ଙ୍କ ସମେତ ୨୧ ନମ୍ବର୍ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ, ନିମାପଡ଼ା ବ୍ଲକ ଅଧକ୍ଷ ଶଙ୍କର ଭୋଇ ,ଭୋଦର ସରପଂଚ ଚାରୁଲତା ବେହେରା, ସମିତି ସଭ୍ୟା ସୁନୀତା ସିଂ ପ୍ରମୁଖ ଯୋଗ ଦେଇଥିଲେ ।ଅଧ୍ୟାପିକା ପୁଷ୍ପଲତା ପଟ୍ଟନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।କଲେଜ ରେ ଥିବା କିଛି ସମସ୍ୟା ର ସମାଧାନ ଲାଗି କମିଟି ସଭାପତି ଡଃ ମିତ୍ର ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଏହି ଉତ୍ସବ ରେ କଲେଜ ର ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ