ବାଲିଗୁଡାରେ ଠାକୁରାଣୀଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ମା ପାଟଖଣ୍ଡା ମନ୍ଦିରର ପ୍ରାଙ୍ଗଣରେ ମା ପାଟଖଣ୍ଡା ଦୁର୍ଗାପୁଜା ସମିତି ଆନୁକୁଲ୍ୟରେ ଠାକୁରାଣୀ ଯାତ୍ରା ପାଇଁ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସମିତି ର ସଭାପତି ଲୋକନାଥ ପାଢୀ ଓ ସମ୍ପାଦକ ଟି ଶ୍ରୀନିବାସ ରାଓଙ୍କ ଅଧକ୍ଷତାରେ ବୈଠକ ହୋଇଥିଲ।। ଆସନ୍ତା ଅକ୍ଷୟ ତୃତୀୟା ଏପ୍ରିଲ ମାସ ୨୩ ତାରିଖରୁ ଆରମ୍ଭ ହେବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଏହିଯାତ୍ରାକୁ ୨୧ ଦିନ ଧରି ପାଳନ କରାଯିବ ଏବଂ ମାଙ୍କ ଅସ୍ଥାୟୀ ପୀଠ ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ବାଲିଗୁଡା ସହରର ଥିବା ୧୩ ଗୋଟି ଓାର୍ଡ କୁ ମା ଯାତ୍ରା କରିବେ । ଯାତ୍ରା ସମୟରେ ମାଙ୍କଘଟ ସହ ଅନ୍ୟ ଚାରିପାଶ୍ୱର୍ଦେବୀଙ୍କ ଠାକୁରାଣୀଙ୍କୁୁ ମହିଳା ମାନେ ଧରିବେ ଏବଂ ମୁଖ୍ୟ ଠାକୁରାଣଙ୍କୁ ଶ୍ରୀନିବାସ ଦୋରା ପରିବାରକୁ ଦେଶିବେହେରା ଦ୍ୱାୟୀତ୍ୱ ଦେଇ ତାଙ୍କ ପରିବାରର ମହିଳାମାନେ ମୁଣ୍ଡାଇବେ ବୋଲି ଏହି ପ୍ରସ୍ତୁତୀ ବୈଠକରେ ନିଷ୍ପତି ହୋଇଛି ।ଏପ୍ରିଲ ୧୪ ତାରିଖ ହନୁମାନ ଜୟନ୍ତୀ ଦିନ ଶୁଭଖୁଣ୍ଟି ସ୍ଥ।।ପନ ହେବା । ଆସନ୍ତା ଦିନ ମାନଙ୍କରେ ବାଲିଗୁଡା ଅନ୍ତର୍ଗତ ଥିବା ୧୩ଟି ଓାର୍ଡର ମୁଖିଆ ମାନଙ୍କୁ ନେଇ କିଭଳି ଯାତ୍ରା ସୁରୁଖୁରରେ ହୋଇପାରିବ ତାହା ଉପରେ ଆଲୋଚନା କରାଯିବ । ଉକ୍ତ ବୈଠକରେ ସମିତିର କୋଷାଦକ୍ଷ ନାଗେଶ୍ୱର ରାଓ,ସହସମ୍ପାଦକ ଭଗବତୀ ପ୍ରସାଦ ସାବତ,ଶ୍ରୀନିବାସ ଦୋରା,ମଦନ ମୋହନ ପାଢୀ,ପବିତ୍ର ପାଢୀ ଓ ଅନ୍ୟମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ