ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସପି

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲା ରେ ନୂତନ ଏସପି ଭାବେ ଯୋଗଦେଇ ଥିବା ଜଗମୋହନ ମୀନା ଶନିବାର ଛତ୍ରପୁର ଏସଡ଼ିପିଓ ଙ୍କ କାର୍ଯ୍ୟାଳୟ କୁ ଆସି ଉପଖଣ୍ଡସ୍ତରୀୟ ଅପରାଧିକ ସମୀକ୍ଷା କରିଛନ୍ତି l ଉପଖଣ୍ଡ ସ୍ତର ରେ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା କୁ ଅଧିକ ସୁଦୃଢ କରିବାକୁ ନିର୍ଦେଶ ଦେଇଥିଲେ l ଏହି ସମୀକ୍ଷା ବୈଠକ ରେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ ବେହେରା, ଚମାଖଣ୍ଡି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ରମ୍ଭା ଥାନା ଅଧିକାରୀ ପି. ସ୍ୱରୂପ କିଷାନ, ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ