ଆଦର୍ଶ ସୋସାଇଟି ପକ୍ଷରୁ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଦୁହୁରିଆ ସ୍ଥିତ ହାଡିବନ୍ଧୁ ବିହାର କଲୋନୀର ଆଦର୍ଶ ସୋସାଇଟି ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋସାଇଟିର କୁନି କୁନି ପିଲା ଓ ଗୋକୁଳଚନ୍ଦ୍ର ସଂଗୀତସଦନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୋସାଇଟିର ସଭାପତି ବ୍ରଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସକ ଡା. ବୀରେନ୍ଦ୍ର କୁମାର ଦାସ ଓ ମୁଖ୍ୟବକ୍ତା ଭାବେ ଆଇନଜୀବୀ ଦୁର୍ଯ୍ୟୋଧନ ରଥ ଯୋଗଦେଇଥିଲେ । ସୋସାଇଟିର ସମ୍ପାଦକ କମଳଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ସାହୁ, ପ୍ରଦିପ୍ତ କୁମାର ତ୍ରିପାଠୀ, ସମୀର ଚାନ୍ଦ, ସୁଧିର କୁମାର ନାୟକ, ରବିନ୍ଦ୍ର କୁମାର ସାହୁ, ଗିରିଶ ଚନ୍ଦ୍ର ତ୍ରିପାଠୀ, ଗଙ୍ଗାଧର ଦାସ, ସରୋଜକାନ୍ତ ପରିଡା, ବସନ୍ତ କୁମାର ମିଶ୍ର, ଗୁଲୁରି ମଲିକ, ସୁଦିପ୍ତ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କଲୋନୀରେ ୧୩୫ଟି ଗୃହ ଦିଆଯାଇଥିବା ବେଳେ ସେଠାରେ ମନ୍ଦିର, ପାର୍କ ଓ ଗୋଷ୍ଠିକେନ୍ଦ୍ର ପ୍ରଭୃତିର ଆଗାମୀ ଦିନରେ ବ୍ୟବସ୍ଥା କରିବାକୁ କଲୋନୀ ନିର୍ମାତା ବି.ଏନ.ଡେଭଲପର୍ସକୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ