୧୬ରୁ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲାପ୍ରଶାସନର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୬ତାରିଖଠାରୁ ୨୦ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ । କେନ୍ଦ୍ରାପଡା ଜିଲ୍ଲା ଓ ରାଜ୍ୟର ଅନ୍ୟ ବିଭିନ୍ନ ଜିଲ୍ଲା ଗୁଡିକରୁ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନେ ଏହି ମେଳାରେ ସେମାନଙ୍କ ସ୍ୱଉତ୍ପାଦିତ ହସ୍ତଶୀଳ୍ପ, ଘରକରଣା, ଖାଦ୍ୟସାମଗ୍ରୀ, କଣ୍ଢେଇ, ଟେରାକୋଟା, ନଡିଆ କତାରେ ନିର୍ମିତ ସାମଗ୍ରୀ ଗୁଡିକ ପଦର୍ଶନ କରିବା ସହ ବିକ୍ରିବଟା କରିବେ । ମିଶନ ଶକ୍ତିର ସଦସ୍ୟାମନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଉଦେଶ୍ୟ ନେଇ ଯେଉଁ ଯୋଜନାଗୁଡିକ ଫଳପ୍ରସୂ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ, ସେଥିମଧ୍ୟରୁ ପଲ୍ଲିଶ୍ରୀମେଳା ମାଧ୍ୟମରେ ସେମାନଙ୍କୁ ନିଜର ସ୍ୱ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କରିବାକୁ ସୁଯୋଗ ଦେବା ଏହାର ଏକ ଅଂଶ ବିଶେଷ । ଫଳରେ ମିଶନ ଶକ୍ତିର ମହିଳା ସଦସ୍ୟାମାନେ ସେମାନଙ୍କ ସାମଗ୍ରୀ ଗୁଡିକୁ ବିକ୍ରି କରିବା ପାଇଁ ଏକ ସୁବନ୍ଦୋବସ୍ତ ବଜାର ପାଇବା ସହ ସେମାନେ ଆର୍ôଥକ ସ୍ୱାବଲମ୍ବୀ ହୋଇପାରିବେ । ଅପର ପକ୍ଷରେ ଏହି ପଲ୍ଲିଶ୍ରୀ ମେଳା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଏସଏସଜି ଗ୍ରୁପର ସଦସ୍ୟାମନେ ନିଜନିଜର କଳା କୌଶଳର ଆଦାନ ପ୍ରଦାନ କରିପାରିବେ । ପଲ୍ଲିଶ୍ରୀ ମେଳା ସହ ସାସ୍କୃତିକ ଉତ୍ସବ ଆୟୋଜନ ଏକ ଅନନ୍ୟ ସଂଯୋଜନା । କେନ୍ଦ୍ରାପଡା ଜିଲ୍ଲାର କଳା ସସ୍କୃତି, ଲୋକକଳା, ପରମ୍ପରା ଓ ଐତିହ୍ୟ ଅତି ମହାନ ଏବଂ ଏହାକୁ ପ୍ରଚାର ପ୍ରସାର କରିବା ସହିତ ଉଜ୍ଜିବୀତ କରି ରଖିବା ଲାଗି ସାଂସ୍କୃତିକ ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରହିତ୍ୟରେ ଆଗାମୀ ଜାନୁୟାରୀ ୧୬ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଆରକ୍ଷୀ ଅଧିକ୍ଷକ ସନ୍ଦିପ୍ ସମ୍ପଦ ମଡକର ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ