ସୁଚନା ଅଧିକାରରେ ତଥ୍ୟ ଦେବାକୁ ମୋଟା ଅଙ୍କର ଅର୍ଥ ଜମା କରିବାକୁ ନୋଟିସ କଲେ ପିଇଓ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସରମଙ୍ଗା ଗ୍ରାମର ଜଣେ ବ୍ୟକ୍ତି ସୁଚନା ଅଧିକାର ଆଇନ ବଳରେ ବ୍ଲକରେ କିଛି ତଥ୍ୟ ମାଗିଥିଲେ । କିନ୍ତୁ ଏବେ ଏହି ସୁଚନା ଆଧାରରେ ତଥ୍ୟ ପାଇବାକୁ ହେଲେ ତାଙ୍କୁ ୪୯୭୦ଟଙ୍କା ଦେବାକୁ ପଡିବ ବୋଲି ଷଡଙ୍ଗ ପଞ୍ଚାୟତର ପିଇଓ ତାଙ୍କୁ ନୋଟିସ କରିଛନ୍ତି । ଯାହାକୁ ନେଇ ଆବେଦନକାରୀ ଜଣକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଛନ୍ତି । ହାଟଡିହି ବ୍ଲକ ସରମଙ୍ଗା ଗ୍ରାମର ନରେନ୍ଦ୍ର ଘଡେଇ କରିଥିବା ଅଭିଯୋଗ ଅନୁଯାଇ ଷଡଙ୍ଗ ପଞ୍ଚାୟତରେ ୨୦୧୭/୧୮ ବର୍ଷ ଠାରୁ ୨୦୨୨ ଅକ୍ଟୋବର ମାସ ପର୍ଯ୍ୟନ୍ତ କେତେଜଣ ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ ହୋଇଛନ୍ତି ତାହାର ତାଲିକା ଦେବାପାଇଁ ସେ ବ୍ଲକରେ ସୁଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ । କିନ୍ତୁ ବ୍ଲକ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ନୋଟି କରାଯାଇ ନଥିବାବେଳେ ପଞ୍ଚାୟତ ପକ୍ଷରୁ ଚିଠିନଂ-୪୨ତା ୧୫/୧୨/୨୦୨୨ରେ ଏକ ନୋଟିସ କରାଯାଇ ବର୍ତ୍ତମାନ ସମସ୍ତ ସାମଗ୍ରୀର ଦରବୃଦ୍ଧି ଯୋଗୁଁ କାଗଜ, କାଳି ଉପରେ ଜିଏସଟି ବୃଦ୍ଧି ପାଇଥିବା ହେତୁ ଆପଣ ଆପଣ ମାଗିଥିବା ତଥ୍ୟ ବାବଦରେ ମୋଟ ୪୯୭୦ଟଙ୍କା ଦେବାକୁ ଜଣାଇ ଦିଆଯାଇଛି । ୧୫ଦିନ ଭିତରେ ଏହି ଅର୍ଥ ଜମା ନକରିଲେ ଦରଖାସ୍ତ ଖାରଜ କରିଦିଆଯିବ ବୋଲି ମଧ୍ୟ ଉଲେଖ କରାଯାଇଛି । ଯାହାକୁ ନେଇ ନରେନ୍ଦ୍ର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତାଙ୍କ କହିବାକଥା ଯେ ମୁଁ ବ୍ଲକରେ ତଥ୍ୟ ମାଗିଥିଲି । କିନ୍ତୁ ବ୍ଲକ ପକ୍ଷରୁ କୌଣସି ସୁଚନା ଦିଆଯାଇ ନଥିବାବେଳେ ପଞ୍ଚାୟତ ପିଇଓ ନୋଟିସ କରିବେ କାହିଁକି । ଅନ୍ୟପକ୍ଷରେ ଏହି ସୁଚନା ପାଇଁ ଅତିବେଶିରେ ପାଞ୍ଚଶହ ଟଙ୍କା ଖର୍ଚ୍ଚ ହେବାର ସେ ଅନୁମାନ କରୁଥିବାବେଳେ ଏତେ ପରିମାଣର ଟଙ୍କା ଦାବି କରିବା ସୁଚନା ନଦେବା ପାଇଁ ଏକ ପ୍ରକାର ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ଉଚ୍ଚ କର୍ତ୍ତୁପକ୍ଷ ଏନେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ