ଜନ୍ମଦିବସ ଅବସରରେ ପାଠ୍ୟ ସାମଗ୍ରୀ ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜସେବିକା, ଯୁବ ଲେଖିକା ଚନ୍ଦନା ମହାନ୍ତିଙ୍କ ଶୁଭ ଜନ୍ମଦିବସ ଅବସରରେ ପୋଖରୀପୁଟ ସ୍ଥିତ କଳିଙ୍ଗ ପ୍ଲେ ସ୍କୁଲର ବିଦ୍ୟାର୍ଥୀମାନଙ୍କୁ ଉତ୍କଳ ବୁଲେଟିନ୍ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଫଳ ସହିତ ଖାତା, ପେନ୍ସିଲ୍, ରବର ପ୍ରମୁଖ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷାବିତ୍, ସମାଜସେିକା ସୁକାନ୍ତି ପଣ୍ଡା, ସମ୍ମାନିତ ଅତିଥି ଭାବେ ମହିମା ସେବା ଫାଉଣ୍ଡେସନ୍ର ସଭାପତି ନାରାୟଣ ଖୁଣ୍ଟିଆ ଯୋଗଦେଇ ପିଲାମାନେ ଦେଶର ଭବିଷ୍ୟତ ଓ ସେମାନଙ୍କ ଜ୍ଞାନକୁ ଠିକ୍ ଭାବେ ବିନିଯୋଗ କଲେ ରାଷ୍ଟ୍ରର ଉନ୍ନତି ହୋଇପାରିବ ବେଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପୂଜ୍ୟ ପୂଜା, ନୈତିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ସମସ୍ତେ ଅସହାୟ, ଅଭାବୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ସହ ଉତ୍କଳମଣି ଗୋପବନ୍ଧୁ, ଭୀମଭୋଇଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ପ୍ରିୟବ୍ରତ ବାରିକ ଓ ଦେବସ୍ମିତା ଦାସ ।


