ପିଇଓଙ୍କୁ ଉଦ୍ଧାର କଲା ପୁଲିସ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତରେ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଆଜି ପଞ୍ଚାତ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଶତାଧିକ ଲୋକ ପୟ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବାପରେ ପୁଲିସ ପହଞ୍ଚି ପିଇଓଙ୍କୁ ଉଦ୍ଧାର କରି ବ୍ଲକକୁ ଆଣିଥିବା ଜଣାଯାଇଛି । ସୁଚନାରୁ ଜଣାଯାିଛି ଯେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ଆବାସ ଯୋଜନା ତାଲିକା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅନୁସାରେ ଆଇତିପୁର ପଞ୍ଚାୟତର ପିଇଓ ଉମାକାନ୍ତ ସା ଆବାସ ଯୋଜନା ତାଲିକା ଲଗାଇବାକୁ ପଞ୍ଚାୟତକୁ ଯାଇଥିବାବେଳେ ସେଠାକାର କିଛି ଲୋକ ଆସି କଣ ମାତ୍ର ୧୨୮ଟି ନାଁ ଅଛି ଆଉ କୁଆଡେ ଗଲା ବୋଲି ପଚାରିଥିଲେ । ଫଳରେ ପିଇଓ ଜଣକ ବ୍ଲକ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରି ଅବଶିଷ୍ଟ ତାଲିକା ୨୪ତାରିଖରେ ପ୍ରକାଶ ପାଇବ ବୋଲି କହିବାପରେ ସେମାନେ ପେରି ଆସିଥିଲେ । ଏହାର କିଛି ସମୟ ପରେ ପାଚାଶରୁ ଉର୍ଦ୍ଧ ବ୍ୟକ୍ତି ସେଠାରେ ପହଞ୍ଚି ଏହି ତାଲିକାରେ କେବଳ କଂଗ୍ରେସ ସମର୍ଥକଙ୍କ ନାମ ଅଛି, ବିଜେଡି ଲୋକଙ୍କ ନାମ କୁଆଡେଗଲା ବୋଲି ପଚାରିଥିଲେ । କିନ୍ତୁ ପିଇଓ ଏହା ୨୦୧୯ମସିହା ଲିଷ୍ଟ ଅନୁଯାଇ ହୋଇଛି ଏଥିରେ ମୋର କିଛି ସଂପୃକ୍ତି ନାହିଁ ବୋଲି କହିôତଲେବି ସେମାନେ ନଶୁଣି ଠେଙ୍ଗାବାଡି ଧାରି ପଞ୍ଚାୟତକୁ ଯିବାରୁ ପିଇଓ ଜଣକ ଭୟଭୀତ ହୋଇ ପଞ୍ଚାୟତରେ ତାଲାପକାଇ ଭିତରେ ରହି ତୁରନ୍ତ ବିଡିଓଙ୍କୁ ଜଣାଇଥିଲେ । ବିଡିଓ ଏନେଇ ନନ୍ଦିପଦା ପୁଲିସକୁ ସୁଚନା ଦେବାପରେ ପୁଲିସ କର୍ମଚାରୀ ମାନେ ପହଞ୍ଚି ସଂପୃକ୍ତ ପିଇଓଙ୍କୁ ଉଦ୍ଧାର କରି ଆଣି ହାଟଡିହିରେ ଛାଡିଥିଲେ । ଗ୍ରାମବାସୀଙ୍କ କହିବାକଥା ଯେ ଏଠାରେ କଂଗ୍ରେସ ସମର୍ôଥତ ମାନେ ଘର ପାଉଥିବାବେଳେ ବିଜେଡି ସମର୍ଥକ ମାନଙ୍କ ନାମକୁ ଜାଣିଶୁଣି ବାଦ ଦିଆଯାଉଛି । ଅନେକ ଗରିବ ଲୋକ ଭଙ୍ଗା ଆବାସ ତଳେ ବସବାସ କରୁଥିଲେବି ସେମାନଙ୍କୁ ଘର ମିଳୁନି । ଥିଲାବାଲା ଲୋକେ ଘର ପାଇବାରେ ସକ୍ଷମ ହେଉଛନ୍ତି । ଏକସଙ୍ଗେ ସମସ୍ତଙ୍କ ନାମ ତାଲିକା ନଝୁଲାଇ ୧୨୮ଜଣଙ୍କ ତାଲିକା ଲଗାଇବାକୁ କାହିଁକି ପିଇଓ ଆସିଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ପିଇଓ ଉମାକାନ୍ତ ସାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ଅମୃତପୁର ଗ୍ରାମର କିଛି ଲୋକ ଉଦ୍ଦେଶ୍ୟମୁଳକ ଭାବେ ଆସି ମୋତେ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହିତ ଅଶ୍ରାବ୍ର ଭାଷାରେ ଗାଳିଗୁଲଜ କରି ପିଟିବାକୁ ଆସିଥିଲେ । ମାତ୍ର ପୁଲିସ ମୋତେ ଉଦ୍ଧାର କରି ଆଣି ନିରାପଦରେ ଛାଡିଛି । ଏନେଇ ଆମେ ପିଇଓମାନେ ଆଜି ବିଡିଓଙ୍କୁ ଭେଟି ଜଣାଇଛୁ । ସେ ପୁଲିସରେ ଅଭିଯୋଗ କରିବାପାଇଁ ଆମକୁ ପରାମର୍ଶ ଦେଇଛନ୍ତି । ଏପରି ହେଲେ ଆମେ ଆମ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯିବୁ କିପରି ବୋଲି ସେ କହିଛନ୍ତି ।


