ହାଟଡିହି କଲେଜର ବାର୍ଷିକ କ୍ରୀଡା ଉଦଘାଟିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରୀଡା ମଶାଲ ଅଣାଯିବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ହକି ବିଶ୍ୱକପ ଦେଖିବା ପାଇଁ ଆହ୍ୱାନ ଦେଇଥିଲେ । ଅଦ୍ୟାପକ ବିଜୟ କୁମାର ନାୟକ ମଞ୍ଚ ସଂଯୋଜନା କରିଥିବାବେଳେ ଅଧ୍ୟାପକ ସନାତନ ଖୁଣ୍ଟିଆ ଓ ଅଜୟ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କୟୀଡାରେ ଲମ୍ବଡିଆଁ, ଉଚ୍ଚ ଡିଆଁ, ସଟଫୁଟ ଥ୍ରୋ, ଡିସକସ ଥ୍ରୋ, ଜାଭେଲିନ ଥ୍ରୋ, ସ୍ଲୋ ସାଇକେଲ ରେସ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେବ । ଖେଳ ଶିକ୍ଷକ ଅବିନାଶ ରାଉତ, ହାଟଡିହି ହାଇସ୍କୁଲର ଶେଳ ଶିକ୍ଷକ ପ୍ରମୋଦ ବେହେରା ଖେଳ ପରିଚାଳନା କରୁଛନ୍ତି । ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ରବିନ୍ଦ୍ରନାଥ ଜେନା, ଦେବାହୁତୀ ପଟ୍ଟନାୟକ, ଶଶିକଳା ଦାସ, ବୃନ୍ଦାବନ ଓଝା, ଚକ୍ରଧର ଦାସ, ଜଳଧର ଦାସ, ବୀରଭଦ୍ର ପ୍ରଧାନ, ବିଶ୍ୱରଞ୍ଜନ ଜେନା, ଜ୍ୟୋତିରୁପା ମଲ୍ଲିକ, ଗୌରାଙ୍ଗ ଚରଣ ନାୟକ, ପୁର୍ଣ୍ଣଚନ୍ଦ୍ର ବେହେରା, ନିଲମ ସ୍ୱୟାଁ, ମିନତୀ ବେହୁରିଆ, ଲିପ୍ସା ପ୍ରୀୟଦର୍ଶନୀ ବେହେରା, ମହେଶ୍ୱତା ଶର୍ମା, ଗଙ୍ଗାଧର ପରିଡା, ଅଞ୍ଜନ ମହାନ୍ତି, ସରୀତା ପଣ୍ଡା, ଅନନ୍ତ ଚରଣ ବେହେରା, ରଘୁନାଥ ରାଉତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।


