ସୋସୋ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋପବନ୍ଧୁ ଦାସଙ୍କ ପ୍ରତିମୃତି ଅନାବରଣ
ହାଟଡିହି, (ବିକାଶ ବିଶ୍ୱାଳ):ସୋସୋ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡାଙ୍କ ସଭପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃତ୍ତିକୁ ଅନାବରଣ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ସମାଜସେବୀ ବିକ୍ରମ କେଶରୀ ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଉତ୍ତମ କୁମାର ନାୟକ, ଏବିଇଓ ଧନେଶ୍ୱର ଖଣ୍ଡେଇ, ସାହିତ୍ୟିକ ରତ୍ନାକର ଦାସ, ସୋସୋ ସରପଞ୍ଚ ରାଜକୁମାର ଦାସ, ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବସନ୍ତ କୁମାର ମହାନ୍ତି, ପ୍ରମୁଖ ଯୋଗଦେଇଥିଲେ । ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ପବିତ୍ର କୁମାର ବାରିକ ଶିକ୍ଷୟତ୍ରୀ ସ୍ନେହଲତା ରାଉତ, ଅଙ୍ଗୁରବାଳା ସେନାପତି, ଦମୟନ୍ତୀ ପହି, ଲକ୍ଷ୍ମୀପ୍ରୀୟା ସାହୁ, ସୁଶ୍ରୀ ସୁସଂଧ୍ୟା ପ୍ରୀୟଦର୍ଶନୀମହାନ୍ତ, ପୁର୍ବତନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ରାଉତ, ଉଷାରାଣୀ ବାରିକ ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତୀ ଅନାବରଣ ବିଦ୍ୟାଳୟକୁ ଏକ ମହାନ ଶିକ୍ଷାନୁଷ୍ଠାନରୁପେ ଗଢ଼ି ତୋଳିବ ବୋଲି ଅତିôତମାନେ ମତବ୍ୟକ୍ତ କରିଥିଲେ । ମୋ ସ୍କୁଲ ସଭାପତି ରବିନ୍ଦ୍ରନାଥ ରାଉତ, ଶିକ୍ଷାବିତ ପିତବାସ ନାୟକ, ଅନାଦି ଚରଣ ନାୟକ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ବିନୋଦ କୁମାର ସିଂହ, ରଙ୍ଗାଧର ସିଂହ, ଶରତ କୁମାର ରାଉତ, ଶଙ୍ଖାଳି ଚରଣ ରଣା, ନାରାୟଣ ଚନ୍ଦ୍ର ରାଉତଙ୍କ ସମେତ ସୋସୋ ଗ୍ରାମର ବହୁ ବରିଷ୍ଠ ନାଗରିକ ଓ ଶିକ୍ଷାବିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।


