ଶ୍ରୀ ଜଗନ୍ନାଥଙ୍କ ରଥ ସେବକ ସମ୍ବର୍ଦ୍ଧିତ
ନିମାପଡ଼ା, (ସନ୍ତୋଷ ଦାଶ):ଶ୍ରୀ ମନ୍ଦିର ପ୍ରଶାସନ, ପୁରୀ ପକ୍ଷରୁ ଆଜି ପୁରୀ ଜିଲ୍ଲା କାକଟପୁର ବ୍ଲକ ଆନନ୍ଦ ବଜାର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଗୋପାଳ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ସାହୁ,
ଜଳନ୍ଧର ସାହୁ,କାକଟପୁର ପ୍ରେସ କ୍ଲବ ସଭାପତି ତଥା ମା ମଙ୍ଗଳା ଙ୍କ ସେବକ କମଳ ଲୋଚନ ଦିକ୍ଷୀତ ପ୍ରମୁଖ ଯୋଗ ଦେଇ ଗତ ୨୦୨୨ ମସିହା ରେ ଶ୍ରୀ କ୍ଷେତ୍ର ପୁରୀ ଠାରେ ଆୟୋଜିତ ମହାପ୍ରଭୂ ଙ୍କ ପ୍ରସିଦ୍ଧ ରଥଯାତ୍ରା ରେ ରଥ ବ୍ରେକ ପୁଲି ନିୟନ୍ତ୍ରଣ କରିଥିବା ସେବକ ମାନଙ୍କୁ ପ୍ରଶଂସାପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।