ମଧୁବାବୁ ଆଇନ ସହାୟତା କର୍ମଶାଳା

ନିମାପଡ଼ା, (ସନ୍ତୋଷ ଦାଶ):ବିଭିନ୍ନ କୋର୍ଟ ରେ ଗରିବ ଜନସାଧାରଣ ଯେଭଳି ସହଜରେ ନ୍ୟାୟ ପାଇପାରିବେ ସେଥିନିମନ୍ତେ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତ ରେ ମଧୁବାବୁ ଆଇନ ସହାୟତା ଖୋଲାଯାଇଛି । ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ର ବିଜୁ ସଭାଗୃହରେ ଆଜି ମଧୁବାବୁ ଆଇନ ସହାୟତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇନଜିବୀ ପ୍ରଶାନ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ମଣ୍ଡଳ ଉନ୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ , ଆଇନଜିବୀ ସନ୍ତୋଷ କୁମାର ମହାନ୍ତି ,ପ୍ରଭାତ କୁମାର ନାୟକ ,ବ୍ରହ୍ମାନନ୍ଦ ପ୍ରଧାନ, ଅବସରପ୍ରାପ୍ତ ବ୍ଲକ କର୍ମଚାରୀ ଗୁଣନିଧି ସାହୁ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଗରିବ ଜନସାଧାରଣ କିପରି ସହଜ ଓ ସୁବିଧାରେ ନ୍ୟାୟ ପାଇ ପାରିବେ ସେଥିନେଇ ସବିଶେଷ ଆଲୋଚନା କରିଥିଲେ। ନିମାପଡ଼ା ବ୍ଲକ ର ୩୨ ଟି ପଞ୍ଚାୟତ ରୁ ୨୦ ଟି ପଞ୍ଚାୟତରେ ମଧୁବାବୁ ଆଇନ ସେବା ଶିବିର ଖୋଲାଯାଇ ଆଇନ ସେବା ଯୋଗାଇବା ପାଇଁ ୨୦ ଜଣ ଆଇନଜିବୀ ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ମଧୁବାବୁ ଆଇନ ସହାୟତା ଯୋଗାଇବା ପାଇଁ ନିଯୁକ୍ତି ପାଇଥିବା ୨୦ ଜଣ ଆଇନଜିବୀ ଙ୍କୁ ସେମାନଙ୍କର ପାରିଶ୍ରମିକ ବାବତ ୬ ମାସର ଭତ୍ତା ବ୍ଲକ ପକ୍ଷରୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ