ପ୍ରିୟଙ୍କା କହିଲେ ଏହି ଦୁଇଦିନ ବଢ଼ିଥାଏ ଓଜନ

ବିଶ୍ୱସ୍ତରରେ ଭାରତକୁ ଚର୍ଚ୍ଚିତ କରାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ସୌନ୍ଦର୍ଯ୍ୟ ସହ ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସେ ନିଜର ପରିଚୟ ତିଆରି କରି ସାରିଥିବା ବେଳେ ଏବେ ନିଜର ଫିଟନେସକୁ ନେଇ ପ୍ରିୟଙ୍କା ଆଲୋଚନା କରିଛନ୍ତି । ପିଙ୍କଭିଲାକୁ ସାକ୍ଷାତକାର ଦେଇ କେଉଁ ଦୁଇ ଦିନ ତାଙ୍କର ଓଜନ ବଢ଼ିଯାଏ, ସେ ବିଷୟରେ ଜଣାଇଛନ୍ତି ପ୍ରିୟଙ୍କା । ତାଙ୍କ କହିବା ମୁତାବକ, ମୁଁ ଖାଇବାକୁ ଅଧିକ ଭଲପାଏ । ସକାଳ ଖାଇବା ସମୟରେ ମୁଁ ମଧ୍ୟାହ୍ନ ଭୋଜନ ବିଷୟରେ ଚିନ୍ତା କରେ ଓ ମଧ୍ୟାହ୍ନ ଭୋଜନ ସମୟରେ ରାତି ଖାଇବା ବିଷୟରେ । କୌଣସି ନୂଆ ଦେଶକୁ ଗଲେ, ମୋର ପ୍ରଥମ କାମ ରେସ୍ତୋରାଁ ଖୋଜିବା ହୋଇଥାଏ । ମୋ ପସନ୍ଦର ଖାଇବା କେଉଁଠି ମିଳୁଛି, ତାହାକୁ ଦେଖିଥାଏ । ଖାଇବା ପାଇଁ ଥିବା ଭଲପାଇବା ପାଇଁ ଦୀପାବଳି ଓ ଖ୍ରୀଷ୍ଟମାସ ସମୟରେ ମୋର ଓଜନ ବଢ଼ି ଯାଇଥାଏ । ଯାହା ପରେ ଜାନୁଆରି, ଫେବୃଆରି ଓ ମାର୍ଚ୍ଚ ମଧ୍ୟରେ ମୁଁ ମୋର ଓଜନ କମ କରିବାରେ ଲାଗି ପଡ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ