ମାଘ ସପ୍ତମୀ ବୁଡ଼ ପାଇଁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କଲେ ପୁରୀ ଜିଲ୍ଲା ଏସପି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଜାନୁଆରୀ ୨୭ ଓ ୨୮ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼। ପୂର୍ବ ରାତିରୁ ଚନ୍ଦ୍ରଭାଗା ମେଳା ପଡିଆକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ। ପ୍ରାୟ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିଷ୍ପତ୍ତି ହୋଇଛି। ଶନିବାର ଏସପି କେ ବିଶାଲ ସିଂ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ କାର୍ଯ୍ୟ ଶେଷ ହୋଇଥିବାବେଳେ ବ୍ୟାରିକେଡ଼ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଚନ୍ଦ୍ରଭାଗା ତୀର୍ଥକୁ ଭୁବନେଶ୍ୱର, ପୁରୀ ଓ କାକଟପୁର ଅସ୍ତରଂଗ ରୁ ଆସୁଥିବା ଯାନବାହାନ ନିୟନ୍ତ୍ରଣ, ବାଇକ,କାର ଓ ବସ ପାର୍କିଂ,ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବ୍ୟାରିକେଡ଼ ବ୍ୟବସ୍ଥା,ଟ୍ରାଫିକ ବ୍ୟବସ୍ଥା, ତୀର୍ଥ ପୁଷ୍କରିଣୀରେ ପ୍ରବେଶ ଓ ପ୍ରସ୍ଥାନ ପଥରେ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳା ସହିତ ବୁଡ଼ ପକାଇବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ମାଘ ସପ୍ତମୀ ପୂର୍ବ ଦିନ ଶୁକ୍ରବାର ଅପରାହ୍ନ ୩ଟାରୁ ହେଲିପ୍ୟାଡରେ ସମସ୍ତ ଯାନବାହାନ ପାର୍କିଂ କରାଯିବ। ପୁରୀରୁ ଆସୁଥିବା ବସ୍ ମେରାଇନ ଡ୍ରାଇଭ୍ ବାଲିଘାଇ ଗୋପ ରାସ୍ତାରେ ଯାତୟାତ କରିବ। ପୁରୀ ଆଡୁ ଆସୁଥିବା ବାଇକ ଓ କାର ବେଳାମାର୍ଗ ରାସ୍ତା ବାଳିକପିଳେଶ୍ବର ଛକ ସୁତନ ଦେଇ ବଂଶୀ ବଜାର ଛକରେ ବାହାରି ଯାନବାହାନ ଥାନା ଛକ ଦେଇ ହେଲିପ୍ୟାଡରେ ରହିବ। ସେହିଭଳି ଭୁବନେଶ୍ୱରରରୁ ଆସୁଥିବା ଯାନବାହାନ ଆଇଓସିଏଲ ବସ ପାର୍କିଂ ଓ ହେଲିପ୍ୟାଡରେ ପାର୍କିଂ କରିବ। ଷଷ୍ଠୀ ରାତି ଓ ସପ୍ତମୀ ସକାଳ ପର୍ଯ୍ୟନ୍ତ ମାଜିଷ୍ଟ୍ରେଟଙ୍କ ଗାଡ଼ି, ଆମ୍ବୁଲାନ୍ସ, ପୁଲିସ ,ଅଗ୍ନିଶମ ଗାଡ଼ି ପ୍ରତି କଟକଣା ଲାଗୁ ହେବ ନାହିଁ । ଗଣମାଧ୍ୟମ ଗାଡ଼ି ଚନ୍ଦ୍ରଭାଗା ମୁଖ୍ୟ ପାର୍କିଂ ସ୍ଥଳରେ ପାର୍କିଂ କରିବ। ଏସପିଙ୍କ ସହିତ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ,ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, ଗୋପ ତହସିଲଦାର ଶେଖ ସାଗିର, ନିମାପଡ଼ା, କୋଣାର୍କ, ଚନ୍ଦ୍ରଭାଗା ମେରାଇନ ଓ ରାମଚଣ୍ଡୀ ଥାନା ଆଇଆଇସି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ