କେରେଡି ପଞ୍ଚାୟତର ଉନ୍ନିତ ଉଛ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା  ଫୁଲବାଣୀ ବ୍ଲକ କେରେଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତାହାର   ବାର୍ଷିକ ଉତ୍ସବକୁ ଖୁବ ଜାକଯମକ ରେ   ବିଦ୍ୟାଳୟର ପ୍ରାଙ୍ଗଣ ମଧ୍ୟରେ ପାଳିତ ହୋଇଛି  ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତାରା ପ୍ରସାଦ୍ ମିଶ୍ର ଆୟୋଜିତ ସଭାରେ ସଭାପତିତ୍ଵ କରିବା ସଙ୍ଗେ ସଙ୍ଗେ ବାର୍ଷିକ ବିବରଣୀ  ସର୍ବସମ୍ମୁଖ ରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ୍ କହଁର କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ ବକ୍ତବ୍ୟ ରେ ଶିକ୍ଷା କ୍ଷେତ୍ରରେ ଥିବା  ଅନୁଭୂତିକୁ ବଖାଣି ଅଗ୍ରସର ରହିବା ପାଇଁ  ପ୍ରେରଣା ଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ“ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବିକାଠି” ଏହି ମନ୍ତ୍ର ଟି ଦେଇଥିଲେ । ମାନ୍ୟବର ବିଧାୟକ ବିଦ୍ୟାଳୟରେ ଥିବା ସମସ୍ୟା କୁ ଦୂର କରିବା ପାଇଁ ତାଙ୍କ ପାଣ୍ଠିରୁ ଆର୍ଥିକ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଫୁଲବାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପିକା ଜ୍ୟୋତିର୍ମୟୀ  କହଁର ଯୋଗଦେଇ ତାଙ୍କର ଓଜସ୍ଵିନୀ ଭାଷଣ ଜରିଆରେ ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ସଚେତନତା କରିଥିଲେ। ଛାତ୍ରଛାତ୍ରୀଙ୍କ ବିକାଶରେ ଅଭିଭାବକ , ଶିକ୍ଷକ – ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କର ଭାଗିଦାରିତା ରହିଛି ଵୋଲି ଗୁରୁତ୍ୱ ଆରୋପ କରିଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିନିତା ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ସୁରଜ ଦିଗାଲ ଏବଂ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଶ୍ରୀଯୁକ୍ତ ପ୍ରବୀଣ କୁମାର ସାହୁ ସଦାସର୍ବଦା ବିଦ୍ୟାଳୟ ର ଉର୍ଣ୍ଣତୀ ଦିଗରେ ଆଲୋକ ପାତ କରିଥିବା କହିଛନ୍ତି। ସରପଞ୍ଚ ଶ୍ରୀମତୀ ବିନିତା ପ୍ରଧାନ ବିଦ୍ୟାଳୟରେ ଥିବା ସମସ୍ତ ଛୋଟବଡ ସମସ୍ୟା କୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ସୁରଜ ଦିଗାଲ ବିଦ୍ୟାଳୟରେ ଥିବା ସମସ୍ତ ଅସୁବିଧାର ସ୍ଥାୟୀ ସମାଧାନ ପାଇଁ ଦାବି ଉପସ୍ଥାପାନା କରିଥିଲେ । ମୋ ସ୍କୁଲ ଅଭିଯାନ କମିଟିର ସଭାପତି ପ୍ରବୀଣ କୁମାର ସାହୁ ବିଦ୍ୟାଳୟ ବିକାଶରେ ଜଡିତ ରହିବା ପାଇଁ ସହମତି ପ୍ରକାଶ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଖାଦ୍ୟପେୟ ର ବନ୍ଦୋବସ୍ତ ଭଳି ବିଭିନ୍ନ ଦାୟିତ୍ୱ ଅନୁଷ୍ଠାନର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ରିତାରଣୀ କହଁର ସୁଚାରୁରୂପେ ପରିଚାଳନା କରିଥିଲେ ।ମଞ୍ଚ ସଜ୍ଜା ଦାୟିତ୍ୱ ରେ ଶିକ୍ଷୟତ୍ରୀ ବିସ୍ମିତା ପ୍ରଧାନ ସୁନ୍ଦର ରୁପେ କରିଥିବାବେଳ ଅନ୍ୟତମ ଶିକ୍ଷକ ଶରତ କୁମାର ସାହୁ, ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତି ଆଚାରୀ ସହଯୋଗ କରିଥିଲେ। ମଞ୍ଚ ପରିଚାଳନାରେ ସଂସ୍କୃତ ଶିକ୍ଷକ ଶ୍ରୀ ପ୍ରତାପ କୁମାର ପଣ୍ଡା, ପୃରସ୍କାର ବିତରଣରେ ଶିକ୍ଷୟତ୍ରୀ ଶ୍ରୀମତୀ ମିତାଞ୍ଜଳି ପ୍ରଧାନ ଏବଂ ସୁଶ୍ରୀ ଅରୁନ୍ଧତୀ ଦିଗାଲ, ସାଂସ୍କୃତିକ କାର୍ଯ୍ୟକ୍ରମ  ପରିଚାଳନାରେ ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ମହାନ୍ତି ସହଯୋଗ କରିଥିଲେ। ଶିକ୍ଷକ କୃପାନିଧି ପ୍ରଧାନ ଶୃଙ୍ଖଳା ଦାୟିତ୍ୱ କୁ ସୁଚାରୁରୂପେ ତୁଲାଇଥିଲେ । ଶିକ୍ଷକ ଅମିତ୍ କୁମାର ତ୍ରିପାଠୀ ଓ ଶିବ ପ୍ରସାଦ୍ ଦାସ  ସମସ୍ତ ଅତିଥିଙ୍କ ଅଭର୍ଥନା ଦାୟିତ୍ୱ ତୁଲାଇଥିଲେ । ଅର୍ଣ୍ଣପୁର୍ଣ। ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ ମାନେ କାର୍ଯ୍ୟକ୍ରମ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନବାଳା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ  ବିପୁଳ ଗ୍ରାମବାସୀ , କମିଟିର ସମସ୍ତ ସଦସ୍ୟ ଏବଂ ଅଭିଭାବକଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ  ତାରା ପ୍ରସାଦ୍ ମିଶ୍ର ବାର୍ଷିକ ଉତ୍ସବକୁ ଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ