ଶିକ୍ଷାନୁଷ୍ଠାନ ‘ବିଟସ’ ଓ ‘ମାନବତା’ ପକ୍ଷରୁ ଜିଲାସ୍ତରୀୟ କ୍ରୀଡ଼ା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଇନଷ୍ଟିଚ୍ୟୁଟ୍ସ ଅଫ ଟେକନିକାଲ ଷ୍ଟଡିଜ (ବିଟସ) ଏବଂ ମାନବତା ଅନୁଷ୍ଠାନ ମିଳିତ ସହଯୋଗରେ ଏକ ଯୁବ ସମାବେଶ ଓ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ‘କୃତିତ୍ୱ-୨୦୨୩’ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶିତ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା ପରିଚାଳନାରେ ବିଟସ କଲେଜ ଏବଂ ଆଇ ଟି ଆଇର ଅଂଶୁମାନ ପାଣିଗ୍ରାହୀ, ଡାକ୍ତର ତୁଳସୀ ବେଜ, ଜ୍ୟୋତିରେଖା ପ୍ରଧାନ, ଜୟସ୍ମିତା ନାୟକଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର କ୍ରୀଡ଼ା ଶିକ୍ଷକମାନେ ସହଯୋଗ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ଅନନ୍ତ କୁମାର ନାୟକ, ଡାକ୍ତର ଧୀରେନ୍ଦ୍ର କୁମାର ଜେନା, ଡାକ୍ତର କପିଳ ଚାନ୍ଦ, ଜଗତାନନ୍ଦ ବିଶ୍ୱାଳ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପ୍ରତିଯୋଗୀଙ୍କୁ ଉତ୍ସାହିତ କିଥିଲେ । ବିଟସର ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ଧଳ କୃତୀ ପ୍ର୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ କାର୍ଯ୍ୟକ୍ରମ ରପିଚାଳନାରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଥିଲେ । ମାନବତା ପ୍ରତିଷ୍ଠାନର ପଞ୍ଚାନନ ଦାସ ଶାନ୍ତିପାଠ ସହିତ କ୍ରୀଡା ଉତ୍ସବ କୃତିତ୍ୱ -୨୦୨୩ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ