ବନବିଭାଗ ପକ୍ଷରୁ ୫୨ ଘନଫୁଟରୁ ଉର୍ଦ୍ଧ୍ବ ଶାଗୁଆନ କାଠ ଜବତ : ୨ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ପୋଡମାରୀ ବନବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ପୋଡାମାରୀ ପଞ୍ଚାୟତର ରାଜପୁର ଗ୍ରାମ ଏକ ପୋଖରୀ ପାର୍ଶ୍ଵରେ ପାଳରେ ଆବରଣ କରାଇ ଲୁଚାଇ ରଖିଥିବା ୫୨ ଘନଫୁଟରୁ ଉର୍ଦ୍ଧ୍ବ ଶାଗୁଆନ କାଠଗଣ୍ଡି ଜବତ କରାଯାଇଥିବା ଜଣାପଡିଛି । ଏହି ସଂକ୍ରାନ୍ତରେ ବନବିଭାଗ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା କଂସାମାରୀ ଗ୍ରାମର ଶିବରାମ ଦୋରା ଓ ରାଜପୁର ଗ୍ରାମର ଭୀମ ଗମାଙ୍ଗ । ଖବରନୁଯାୟୀ ,ଆଜି ଅପରାହ୍ନ ସମୟରେ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ( ପୋଡାମାରୀ ) କର୍ମଚାରୀ ସୁନିଲ କୁମାର ମଣ୍ଡଳ, ରଜତ କୁମାର ,ଅଭିରାମ କାର୍ଜି କାଳିଆ ପ୍ରଧାନ ଗାୟତ୍ରୀ ପ୍ରଧାନ, ଦିଲ୍ଲୀପ କୁମାର ପାଣିଗ୍ରାହୀ ବିଷ୍ଣୁ ପ୍ରିୟା ଗୌଡ଼ଏବଂ ପାରା ଗାର୍ଡଙ୍କ ସହ ଉକ୍ତ ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ରହିଥିବା ଉକ୍ତ ପୋଖରୀ ନିକଟରେ ଲୁଚା ହୋଇଥିବା କାଠ ଉପରେ ଅତର୍କିତ ଚଢ଼ାଉ କରିଥିଲା । ତେବେ ଜବତ କାଠର ମାପଚୁପ ପରେ ଯାହାର ଆକଳନ ମୂଲ୍ୟ ୯୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏନେଇ ବନବିଭାଗ ପକ୍ଷରୁ ମାମଲା ମକଦ୍ଦମା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଅଭାବରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ