ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ ଘେରାଉ

ହାଟଡ଼ିହି, (ବିକାଶ ବିଶ୍ୱାଳ):ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବ୍ୟାପକ ଅନିୟମିତତା ଓ ଚଞ୍ଚକତା କରାଯାଇଥିବା ପ୍ରତିବାଦରେ ଆଜି ଭାରତୀୟ ଜନତାପାର୍ଟିର୍ ପକ୍ଷରୁ ବ୍ଲକ ଘେରାଉ କରାଯାଇ ହାଟଡିହି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିଲାଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ନମାମିଗଙ୍ଗେର ସଭାପତି ମହେଶ୍ୱର ସାହୁ, ଳ୍ଲ୍ା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସମ୍ପାଦକ ଦିପକ ଜେନା, ରାଜ୍ୟ ମହିଳା କାର୍ଯ୍ୟକାର୍ଯ୍ୟକାରିଣୀ ସଦସ୍ୟା ସୁମତୀ ଜେନା, ରାଜ୍ୟ ଅନୁସୁଚିତ ଜାତି ମୋର୍ଚ୍ଚାର ଉପସଭାପତି ହେମନ୍ତ ଜେନା, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ରାଜେଶ ସେଠୀ, ତୃପ୍ତୀମୟୀ ଜେନା, ଦିପ୍ତୀମୟୀ ଖୁଣ୍ଟିଆ, ସଂଯୁକ୍ତା ଜେନା, ଚନ୍ଦ୍ରମଣି ତରେଇ, ପ୍ରେମାନନ୍ଦ ମିଶ୍ର, ମଣ୍ଡଳ ସଭାପତି ହରମୋହନ ଶାସିନି, ବଳଭଦ୍ର ବାରିକ, ଶଶିକାନ୍ତ ରାଉତ, ପ୍ରଶାନ୍ତ ମହାପାତ୍ର, ଅନାଦି ସାହୁ, ଅଧର ବେହେରା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ହୋଇଥିବା ଚଞ୍ଚକତା ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ହାଟଡିହି ବ୍ଲକରେ ଆବାସ ଯୋଜନାରେ ଧନି ଲୋକ, ପୁର୍ବରୁ ଦୁଇ ତିନୋଟି ଘର ପାଇଥିବା ବ୍ୟକ୍ତି ଓ ତାଙ୍କ ପରିବାର ଲୋକ, ବିଜେଡି କର୍ମକର୍ତ୍ତା, ପକ୍କା ଘରଥିବା ସରପଞ୍ଚ ଓ ତାଙ୍କ ପରିବାର ଲୋକ ମାନଙ୍କୁ ସାମିଲ କରାଯାିଛି । ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦଦେଇ ଅଯୋଗ୍ୟ ଲୋକଙ୍କୁ ଘର ଦିଆଯାଇଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଥିଲେ । ବ୍ଲକ କର୍ତ୍ତୁପକ୍ଷ ଯଦି ଅଯୋଗ୍ୟ ଲୋକଙ୍କୁ ବାଦଦେଇ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ନ ଦିଅନ୍ତି ତେବେ ବିଜେପି ବାଧ୍ୟହୋଇ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ପରେ ବିଜେପି କର୍ମମୀମାନେ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ଭିତରକୁ ଯାଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ଭିତରେ ଆଲୋକ ଦାଶ, ସୁଭାଦ୍ରୀ ବଳିୟାର ସିଂ, ରାଜେନ୍ଦ୍ର ରାଉତ, ମଧୁସୁଦନ ରାଉତ, ରାଜେନ୍ଦ୍ର ଦାସ, ଶ୍ରୀକାନ୍ତ ଭୋଳ, ଗୌରାଙ୍ଗ ମଲ୍ଲିକ, ଜଗନ୍ନାଥ ବାରିକ, କୃଷ୍ଣ ଜେନା, ନବ କିଶୋର ଜେନା, ରାଜକିଶୋର ଜେନା, ବେଣୁଧର ଜେନା, ଧନେଶ୍ୱର ରାଉତ, ଜଗନ୍ନାଥ ପାତ୍ର, ଦୀନବନ୍ଧୁ ମହାନ୍ତି, ନିରାକାର ସଝା, ଦାମୋଦର ନାୟକ, ରାଜେଶ ଜେନା, ରୁଦ୍ର ସା, ରମାକାନ୍ତ ସାହୁ, ଭାସ୍କର ମହାଳିକଙ୍କ ସମେତ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ