ଭାରସାମ୍ୟ ହରାଇ କଲଭଟ ତଳକୁ ଖସିଲା ବାଇକ,ଶଳl ମୃତ, ଜ୍ବାଇଁ ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ଥାନା ମଧୁରଆମ୍ବ ଗାଁ ନିକଟରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ବାଇକ l ଏହି ଦୁର୍ଘଟଣାରେ ଶଳlର ମୃତ୍ୟୁ ହୋଇଥିବା ବେଳେ ଜ୍ବାଇଁ ଗୁରୁତର ହୋଇଛନ୍ତି l ମୃତକ ହେଲେ ଶିକୁଳିପଦର ପଞ୍ଚାୟତ ପଦ୍ମପୁର ଗ୍ରାମର ଟିଟୁ ନାୟକ l ଗୁରୁତର ଆହତ ହେଲେ ମୃତକଙ୍କ ଜ୍ବାଇଁ ଗଞ୍ଜାମ ଜ଼ିଲ୍ଲା ବଳରାମପୁର ଗ୍ରାମର କାଳୁଚରଣ ଦଳାଇ l ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ତଦନ୍ତ କରୁଛି l ପୋଲିସ ସୂଚନା ପ୍ରକାରେ ଶୁକ୍ରବାର ପଦ୍ମପୁର ଗାଁରେ ଟିଟୁ ର ସମ୍ପର୍କୀୟ ଭାଇର ଦ୍ୱାଦଶlହ କାର୍ଯ୍ୟ ଥିଲା l ଦ୍ୱlଦସ କର୍ଯ୍ୟ ସାରି ଶଳl ଟିଟୁ ଏବଂ ଜ୍ବାଇଁ କାଳୁ କୌଣସି କାମରେ ଏକ ବାଇକ୍ ଯୋଗେ ଲୁହlଗୁଡି ଯାଇଥିଲେ l ଅପରାହ୍ନ ପ୍ରାୟ ସାଢେ ୫ ଟାରେ ଫେରିବା ବେଳେ ମଧୁରଆମ୍ବ ନିକଟରେ ବରସାମ୍ୟ ହରାଇ ଗାଡ଼ୱାଲକୁ ଧକ୍କା ହୋଇ କଲଭର୍ଟ ତଳକୁ ଉଭୟ ବାଇକ୍ ସହ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲେ l ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଟିଟୁଙ୍କୁ ମୃତ ଘୋଷଣା କରିଥିଲେ l ଗୁରୁତର କlଳୁ କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ତଦନ୍ତ ଜାରିରଖିଥିବା ଥାନା ସବ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ମଲ୍ଲିକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ