ମାମୁଁ ମାଧବାନନ୍ଦ ଙ୍କ ପାଇଁ ଶ୍ରୀ ଜଗନ୍ନାଥ ଙ୍କ ସେବକ ଆଣିଲେ ନବବସ୍ତ୍ର

ନିମାପଡ଼ା, (ସନ୍ତୋଷ ଦାଶ):ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା କେତେ ଯେ ମହାନ ତାହାର ଆଜି ପ୍ରମାଣ ମିଳିଛି ଏଠାରେ। ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ର ପ୍ରସିଦ୍ଧ ମାଧବ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ବୋଲି ଲୋକକଥା ରହିଛି। ଯଦିଓ ଶ୍ରୀ ମନ୍ଦିର ପ୍ରଶାସନ ଏହି ଲୋକକଥା କୁ ସିକୃତୀ ଦେଉନି ତେବେ ମାଧବ ଙ୍କ ଭକ୍ତ ଓ ଜଗନ୍ନାଥ ପ୍ରେମୀ ଏହି ଲୋକ କଥା କୁ ବିଶ୍ୱାସ କରି, ସମ୍ମାନ ଦେଇ ଆମ ଓଡ଼ିଆ ସଂସ୍କୃତି ରେ ରହି ଆସିଥିବା ବିଧି, ପରମ୍ପରାକୁ ପାଳି ଆସୁଛନ୍ତି।ପ୍ରତିବର୍ଷ ପୋଢୁଆଁ ଅଷ୍ଟମୀ ତିଥି ରେ ପ୍ରାଚୀ ଉପତ୍ୟକା ର ମାଧବ ଭକ୍ତ, ପ୍ରେମୀ ମାନେ ସମବେତ ହୋଇ ଚତୁର୍ଦ୍ଧାମୂର୍ତ୍ତୀ ଙ୍କୁ ପୋଢୁଆଁ କରିବାକୁ ବିଭିନ୍ନ ଫଳ ମୂଳ, ତୁଳସୀ, ପାଟବସ୍ତ୍ର ସଂଗ୍ରହ କରି ଏକ ବିରାଟ ପଟୁଆର ରେ ମାଧବ ମନ୍ଦିର ଠାରୁ ପୁରୀ ଯାଇ ଶ୍ରୀ ମନ୍ଦିର ପ୍ରଶାସନ କୁ ପ୍ରଦାନ କରି ଆସୁଛନ୍ତି । ସେହିପରି ବୁଧବାର ଥିଲା ମାଘମାସଏକାଦେଶୀ ତିଥି। ଯାହା ଭୌମ ଏକାଦେଶୀ ଭାବେ ପରିଚିତ। ଏହି ଦିନ ମାଧବ ଠାକୁର ଙ୍କ ପ୍ରତିଷ୍ଠା ଦିବସ। ଏଣୁ ଭଣଜା ର ପ୍ରତିଷ୍ଠା ଦିବସ ରେ ଶ୍ରୀ ମନ୍ଦିର ପ୍ରତିହାରୀ ସେବକ ଇପିଶିତ୍ ପ୍ରତିହାରୀ , ମନ୍ଦିର ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ସେବକ ମଣ୍ଡଳୀ ନବବସ୍ତ୍ର, ମହାର୍ଘ୍ୟ,କର୍ପୁର ମାଳ ପ୍ରଭୁତି ଧରି ପହଂଚିଥିଲେ ମାଧବ ଗ୍ରାମ ରେ। ସେମାନଙ୍କୁ ଜଗନ୍ନାଥ ପ୍ରେମୀ, ମାଧବ ଙ୍କ ଭକ୍ତ, ମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ ଚନ୍ଦ୍ରମଉଳି ଛକ ଠାରୁ ମାଧବ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଶ୍ରୀ ଜଗନ୍ନାଥ ଙ୍କ ସେବକ ମାନେ ଆଣିଥିବା ନବବସ୍ତ୍ର, ମହାର୍ଘ୍ୟ, ଫୁଲ, କର୍ପୁର ମାଳ କୁ ମାଧବ ଠାକୁର ଙ୍କୁ ଲାଗି କରାଯାଇଥିଲା। ଶ୍ରୀ ମନ୍ଦିର ସେବକ ମାନେ ମାଧବ ଠାକୁର ଙ୍କୁ ପୂଜାର୍ଚ୍ଚନା କରି ଠାକୁର ଙ୍କ ଭୋଗ ଚୁଡ଼ାଘଷା, ଦହି ଖାଇ ପୁରୀ ଫେରିଥିଲେ। କିଏ ବିଶ୍ୱାସ କରୁ କି ନ କରୁ, ସୀକୃତି ଦେଉ କି ନ ଦେଉ ଏପରି ପରମ୍ପରାକୁ ପ୍ରତିବର୍ଷ ପାଳନ କରାଯିବ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ଓ ପ୍ରଭୁ ମାଧବାନନ୍ଦ ଙ୍କ ସେବକ ଓ ଭକ୍ତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ