ଖେମୁଣ୍ଡି ଖଲାସୀ ସଂଘ ପକ୍ଷରୁ ଆଲୋଚନା ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ କାର୍ଯ୍ୟାଳୟ ରେ ଶନିବାର ଖେମୁଣ୍ଡି ଖଲାସୀ ସଙ୍ଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସିପିଆଇ ଜିଲା କାର୍ଯ୍ୟକର୍ତ୍ତା ଅଳକ ନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ।ସଙ୍ଘର ଅଭିବୃଦ୍ଧି ଏବଂ ବିବିଧ ସମସ୍ୟା ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସ୍ଥାନୀୟ କାନରା ବ୍ୟାଙ୍କ୍ ରେ ସଙ୍ଘର ଯୁଗ୍ମ ଜମା ଖାତା ଖୋଲାଯିବା ସହ ସଂଘ ର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସ୍ଥାନୀୟ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ସଙ୍ଘର ସମ୍ପାଦକ ପାଣ୍ଡବ ସେଠୀ, କୋଷାଧ୍ୟକ୍ଷ ଶୁକଦେବ ବେହେରା, କାର୍ଯ୍ୟକର୍ତ୍ତା ଯୁଧିଷ୍ଠିର ଦାସ,ଉଲା ସେଠୀ, ପିଣ୍ଟୁ ଦାସ, ଗାଣ୍ଡୁ ସେଠୀ,ଆନନ୍ଦ ସେଠୀ,ରୋହିତ ସେଠୀ,ଉଜ୍ଜଳ ସେଠୀ,ସନ୍ତୋଷ ସେଠୀ ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


