ବିଶ୍ୱ କର୍କଟ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ବା କର୍କଟ ଦିବସ ଭାବେ ପାଳନ କରାଯାଏ । ବିଶ୍ୱରେ ୮୦ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଏହାର ଭୟାବହତା ପ୍ରତି ଜନ ସଚେତନତା ସୃଷ୍ଟି ଏବଂ ଚିକିତ୍ସା ଓ ନିରାକରଣ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜିର ଦିବସକୁ ବିଶ୍ୱ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିତିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା. ସଚ୍ଚିଦାନନ୍ଦ ମିଶ୍ର ଯୋଗଦେଇ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଡା. ମିର୍ଜା ବାବର ବେଗ, ଡା. ଶ୍ରୀକାନ୍ତ ସ୍ୱାଇଁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆସସିଂହ ପ୍ରମୁଖ ଯୋଗ ଦେଇଥିଲେ । ଡା. ମିର୍ଜା ବାବର ବେଗ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ବିଶେଷଜ୍ଞ ଡା. ସ୍ୱାଇଁ କର୍କଟ ରୋଗର କାରଣ ଓ ପ୍ରତିରୋଧ ପାଇଁ ଆବଶ୍ୟକ ସଚେତନତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କେନ୍ଦ୍ରାପଡାରେ ସାଢେ ୩ବର୍ଷ ହେଲା ଚିକିତ୍ସିତ କର୍କଟ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯାଉଥିବା କଥା ସେ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଚିକିତ୍ସାଳୟରେ ସପ୍ତାହକୁ ପ୍ରାୟ ୧୦ରୁ୧୨ ଜଣଙ୍କୁ କେମୋଥେରାପି ପ୍ରଦାନ କରାଯାଉଛି । ଏଥିପାଇଁ କଟକ, ଭୂବନେଶ୍ୱର ଯିବାକୁ ପଡୁନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ସୁଦ୍ଧା ୧୮୮ଜଣ କର୍କଟ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଗଲାଣି । ସର୍ବେକ୍ଷଣରୁ ଦର୍ଶାଯାଉଛି ଯେ ଭାରତବର୍ଷରେ ପ୍ରତି ୧୦ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହେବାର ଲକ୍ଷଣ ପ୍ରକାଶ ପାଉଛି । ଏହାର ପ୍ରମୁଖ କାରଣ ହେଲା ଶାରୀରିକ ବ୍ୟାୟାମର ଅଭାବ, ଧୂମପାନ, ନିଶା ସେବନ, ତମାଖୁ ସେବନ, ଯୌନ ସଂକ୍ରମଣ ଓ ଭୂତାଣୁ ଜନିତ । ଆଜି ଦିବସର ବାର୍ତ୍ତାଥିଲା “କ୍ଲୋଜ୍ ଦ କେୟାର ଗ୍ୟାପ” ଅର୍ଥାତ୍ କର୍କଟ ରୋଗୀ ଓ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ମଧ୍ୟରେ ବ୍ୟବଧାନ ହ୍ରାସ କରିବା । ଆମ ସମାଜରେ ବହୁଳଭାବେ ଦେଖା ଯାଉଥିବା ସ୍ତନ କର୍କଟ, ମୂଖଗହ୍ୱର ଓ ଗର୍ଭାଶୟ ରୋଗର ପ୍ରାଥମିକ ପର୍ଯ୍ୟାୟରେ ରୋଗ ନିରୁପଣ ହୋଇପାରିଲେ ଏହାକୁ ଆମେ ପ୍ରତିରୋଧ କରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ନିୟମିତ ବ୍ୟାୟାମ କରି ସୁସ୍ଥ ଜୀବନ ଶୈଳୀ ଆପଣାଇବା, କମ୍ ତୈଳ ଓ ମସଲା ଯୁକ୍ତ, ପୁଷ୍ଟିସାର ଓ ତନ୍ତୁ ଯୁକ୍ତ ଖାଦ୍ୟ ଖାଇବା, ତମାଖୁ ଓ ନିଶା ସେବନ ଠାରୁ ଦୂରେଇ ରହିବା, ଅପ୍ରାପ୍ତ ବୟସରେ କିଟାଣୁ, ଯୌନ ସଂପର୍କ ଓ ଗର୍ଭଧାରଣ ନ କରିବା ଯୌନ ସଂକ୍ରମଣ ହେଲେ ବିଶେଷଜ୍ଞ ଡାକ୍ତରଙ୍କ ପରାର୍ମଶ ନେବା ଓ କର୍କଟ ରୋଗର ଭୟାବହତା ପ୍ରତି ସଚେତନ ହେଲେ କର୍କଟ ରୋଗକୁ ପ୍ରତିରୋଧ କରିହେବ । ପ୍ରାରମ୍ଭରେ ଜିଲ୍ଲା ଚିକିସାôଳୟର ମହାମାରୀ ବିଶେଷଜ୍ଞ ଡା. ସୁକାନ୍ତ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବୈଠକରେ ଡେ କେୟାର ସେଣ୍ଟରର କଳ୍ପନା ମିଶ୍ର, ଏଏନ୍‌ଏମ୍ ଟ୍ୟୁଟର ଅନିିତା ପାତ୍ର, ମାନସିକ ସ୍ୱାସ୍ଥ୍ୟ ସରକାରୀ ପରିଚାଳକ ସୋମାପୁଷ୍ପା ମିଶ୍ର, ସ୍ୱାସ୍ଥ୍ୟ ସମିତିର କର୍ମଚାରୀ ଓ ନର୍ସିଂ ସ୍କୁଲର ଛାତ୍ରୀମାନେ ଯୋଗଦେଇଥିଲେ । ଅଣସଂକ୍ରାମକ ରୋଗ ସହକାରୀ ପରିଚାଳକ ଶ୍ୟାମସୁନ୍ଦର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ