ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସ୍ତରୀୟ କର୍ମକର୍ତା ନିର୍ବାଚନ ହୋଇଯାଇଛି। ରାଜ୍ୟ ଯୁଗ୍ମ ସମ୍ପାଦକ ଓ ଜିଲ୍ଲା ସଙ୍ଗଠନ ସଂପାଦକ ବିଦେଶୀ ନାୟକଙ୍କ ଉପସ୍ଥିତି ରେ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ମାନଙ୍କୁ ନେଇ ଏକ ସର୍ବସମ୍ମତି କ୍ରମେ କର୍ମକର୍ତା ନିର୍ବାଚନ କରାଯାଇଥିଲା । ଏଥିରେ ଶରତ ଚନ୍ଦ୍ର ଦେଶୀ ନାୟକ ସଭାପତି, ଦଣ୍ଡପାଣି ବଳିଆରସିଂ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ହିରଣ୍ୟ କୁମାର ମାର୍ଥା କୋଷାଧ୍ୟକ୍ଷ,ବିରଞ୍ଚି ନାରାୟଣ ମହାପାତ୍ର ଓ ପ୍ରଭାସିନୀ ଦାସ ଉପସଭାପତି, ନିଳେନ୍ଦ୍ର ଦିଗାଲ, ରମେଶ କୁମାର ବେହେରା ଓ ଜୀବଲତା ସେନାପତି ସହ ସମ୍ପାଦକ, ମନୋଜ କୁମାର ନାୟକ ଙ୍କୁ ସଂଯୋଜକ ଭାବେ ଚୟନ କରାଗଲା। ବ୍ଲକ କର୍ମକର୍ତା କୁ ଜିଲ୍ଲା ସଭାପତି କିଶୋର କହଁର, ସାଧାରଣ ସଂପାଦକ ସମରେନ୍ଦ୍ର ଦାସ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।