ଏଲଆଇସି କର୍ମଚାରୀ-ଏଜେଣ୍ଟଙ୍କ ପକ୍ଷରୁ ନାଟକ ‘ପରିବର୍ତ୍ତନ’ମଞ୍ଚସ୍ଥ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜୀବନ ବୀମା ନିଗମ ବାଲେଶ୍ୱର ଶାଖା ପରିସରରେ ନାଟକ ‘ପରିବର୍ତ୍ତନ’ ମଞ୍ଚସ୍ଥ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କଟକ ଜୀବନ ବୀମା ମଣ୍ଡଳ ବରିଷ୍ଠ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନାଟକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର ଶାଖାର ବରିଷ୍ଠ ପ୍ରବନ୍ଧକ ସବ୍ୟସାଚୀ ସାହୁ ନାଟକର ପଟ୍ଟଭୂମି ସମ୍ପର୍କରେ ସୂଚନା ଦେଇଥିଲେ । ନାଟ୍ୟକାର ପୀତାମ୍ବର ଦାସ ଏହି ନାଟକର ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରିଥିଲେ । ଜୀବନ ବୀମା ଶାଖାର କର୍ମଚାରୀ ଓ ଏଜେଣ୍ଟମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ପ୍ରତ୍ୟେକ ପଲିସିଧାରୀ ତଥା ସାଧାରଣ ବର୍ଗଙ୍କୁ ସ୍ୱଚ୍ଛଳତା ଅଭିମୁଖେ ଅଗ୍ରସର ପାଇଁ ପବିତ୍ର ମନୋବୃତି ସହ ଅର୍ଥର ଆବଶ୍ୟକତା ମଧ୍ୟ ରହିଛି । ସାଧୁତା ଭିଭିରେ ଅର୍ଥ ବିନିଯୋଗ କରି ତଥା ଏଲଆଇସି ପଲିସି ବେନିଫିଟ୍ ପାଇ ରାସ୍ତାକଡ଼ର ଚାହା ବିକାଳୀ କିପରି ଏକ ବିରାଟ ହୋଟେଲ ମାଲିକ ହୋଇ ପାରିଛି, ତାହା ଏହି ନାଟକରେ ପ୍ରତିଫଳିତ ହୋଇଥିଲା । ନାଟ୍ୟକାର ପୀତାମ୍ବର ଦାସ ଏହି ନାଟକ ରଚନା କରିଥିବା ବେଳେ ଗୌତମ ଦାସ ନିର୍ଦ୍ଦେଶନା ଦେଇଥଲେ । ଅନନ୍ତ ଚାନ୍ଦ ଏଥିରେ ସହଯୋଗ କରିଥିଲେ । ଗିରିଜା ଶଙ୍କର, ଗୌତମ ଦାସ, ଅଜୟ ଚୌଧୁରୀ, ସୁଜିତ ମହାପାତ୍ର, ଦାଶରଥୀ ଲେଙ୍କା, ମାନସ ମିଶ୍ର, ସସ୍ମିତା ବେହେରା, ଅନୁରାଧା ଦାସ ଅଧିକାରୀ, ଦିଲ୍ଲୀପ ଦାସ, ନିର୍ଲିପ୍ତା ମିଶ୍ର, ଯଶୋବନ୍ତ ମହାନ୍ତି, ବାଇଧର ସିଂ, ଦେବକୀ ନନ୍ଦନ, ନିଖଲ ବେହେରା, ଦୁଷ୍ମନ୍ତ ମୁଖ୍‌, ଦିଲ୍ଲୀପ ମଣ୍ଡଳ, ମନୋଜ ନାୟକ, ରତିକାନ୍ତ ପ୍ରମୁଖ ଏହି ନାଟକରେ ଅଭିନୟ କରିଥିଲେ । ନାଟକର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ସତ୍ୟରଞ୍ଜନ ମହାନ୍ତି । ଗୀତରେ କଣ୍ଠଦାନ କରିଥିଲେ ଅଜିତ କୁମାର ଦେ, ସତ୍ୟରଞ୍ଜନ ମହାନ୍ତି, ଅନୁରାଧା, ଅଭିପ୍‌ସା, ସୂର୍ଯମଣି ଓ ହରପ୍ରିୟା । ନାଟକ ପରିଚାଳନାରେ ବସନ୍ତ ମହାନ୍ତି, ରବୀନ୍ଦ୍ର ମହାନ୍ତି, ଅରୁଣ ଦାସ, ଭାଗିରଥୀ ଦାସ, ବସନ୍ତ ହୋତା, ଅଞ୍ଜନ ସାହୁ, ରାଜକୃଷ୍ଣ ସିଂ, ବାଇଧର ସିଂ ପ୍ରମୁଖ ସହଯୋଗ କରିଥିଳେ । ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ନାଟକକୁ ବେଶ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ