ଶତାଧିକ ଭକ୍ତଙ୍କ ମେଳରେ ନିଗମାନନ୍ଦ ସରସ୍ବତୀ ଙ୍କ ବାର୍ଷିକ ଉତ୍ସବ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ବୀରତୁଙ୍ଗ ଗ୍ରାମରେ ହଜାର ହଜାର ଭକ୍ତଙ୍କ ମେଳରେ ନିଗମାନନ୍ଦ ସରସ୍ବତୀଙ୍କ ଭକ୍ତମେଳି ଉର୍ତ୍ସବ ପାଳନ କରାଯାଇଛି lଗତ ତିନି ତାରିଖ ରୁ ପୁରୀଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବୀରତୁଙ୍ଗ ଗ୍ରାମରେ ନିଗମାନନ୍ଦ ସରସ୍ବତୀଙ୍କ ଭକ୍ତମେଳି ଉର୍ଷବ ଧୂମଧାମରେ ପାଳନ କରାଯାଇଛି l ଏହି ଉତ୍ସବରେ ସାରା ଭାରତର କୋଣ ଅନୁକୋଣରୁ ଭକ୍ତ ମାନେ ଆସି ଯୋଗ ଦେଇଛନ୍ତି l ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ପ୍ରସାଦ ସେବନ ପାଇଁ ଡକାଯିବା ସହିତ ଗ୍ରାମର ନିକଟବର୍ତ୍ତୀ ଗ୍ରାମ ଗୁଡିକରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି l ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ଓ ଗୁରୁଭାଇ ମାନେ ନିଜ ନିଜର ଅନୁଭୂତି ଭକ୍ତ ମାନଙ୍କ ନିକଟରେ ଆଲୋକପାତ କରିଥିଲେ l ଏପରିକି ବାଲେଶ୍ୱର ରୁ ଗୌରାଙ୍ଗ ଚରଣ ପ୍ରଧାନ ନାମକ ଜଣେ ୯୨ବର୍ଷର ବୃଦ୍ଧ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ l ଏହି ସମ୍ମିଳନୀ ପାଇଁ ପୁରୀ ଜିଲ୍ଲାର ଏହି ବିରତୁଙ୍ଗ ଗ୍ରାମ ସାରା ଦେଶ ରେ ପରିଚିତ ହୋଇପାରିଛି l ଏହି କାର୍ଯ୍ୟକ୍ରମକୁ ଆସିଥିବା ଅତିଥି ମାନେ ବିରତୁଙ୍ଗ ଗ୍ରାମବାସୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ l


