ଗାଁ ଗାଁ ରେ ଅଗ୍ନି ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ଆମ ଓଡ଼ିଆ ସଂସ୍କୃତି ରେ ରହିଛି ବାର ମାସରେ ତେର ପର୍ବ। ତା ମଧ୍ୟରୁ ଅଗ୍ନି ଉତ୍ସବ ଅନ୍ୟତମ । ମାଘ ମାସ ପୂର୍ଣ୍ଣିମା ଦିନ ଏହା ଗାଁ ଗାଁ ରେ ପାଳିତ ହୋଇଛି। ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଛି। ପ୍ରତେକ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଇଥିଲା ।କମାରଶାଳ ର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟା ରେ ପ୍ରସ୍ତୁତ ଅଟାରେ ଅଣାଯାଇ ଗାଁ ମୁଣ୍ଡ ରେ ପ୍ରସ୍ତୁତ ନଡ଼ା, କୁଟା ରେ ପ୍ରସ୍ତୁତ ଅଗିରା ରେ ଲଗାଯାଇଥିଲା । ପୂର୍ବରୁ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିଥିଲେ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରିଥିଲେ । ଅଗି ଜଳି ଉଠିବା ସହିତ ଲୋକ ମାନେ ଆଳୁ, ବାଇଗଣ, କନ୍ଦମୂଳ ପ୍ରଭୂତି ନାନାଦି ଫଳ ଅଗ୍ନିରେ ସମର୍ପଣ କରାଯାଇଥିଲା । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାଶ୍ଵ ପ୍ରଦକ୍ଷିଣ କରିଥିଲେ । ଲୋକମାନଙ୍କ ର ବିଶ୍ୱାସ ରହିଛି ଯେ ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ କରିଥାଆନ୍ତି । କଥାରେ ଅଛି,ଘର ପୋଡ଼ିଠାରୁ ବିପତ୍ତି ନାହିଁ । ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ । ଏହି ପରମ୍ପରା ଏବେ ବି
ରହିଛି ବିଭିନ୍ନ ଗ୍ରାମ ରେ। ଅଗ୍ନି ଉତ୍ସବ ପାଇଁ ସମଗ୍ର ପୁରୀ ଜିଲ୍ଲା ର ପ୍ରତେକ ଗାଁ ଉତ୍ସବ ମୁଖର ହୋଇପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ